ଜମ୍ମୁ କଶ୍ମୀରର କିସ୍ତଓ୍ଵାରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଚିନାବ ନଦୀରେ ଖସିପଡିଲା

ଜମ୍ମୁ କଶ୍ମୀରର କିସ୍ତଓ୍ଵାରରେ ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟରରେ ଭାରତୀୟ ସେନାର ୩ ଜଣ ଅଧିକାରୀ ରହିଥିଲେ । ଦୁର୍ଘଟଣା ହେଲିକପ୍ଟରରେ ଥିବା ପାଇଲଟ ଆହତ ହୋଇଥିବା କହିଛି ଭାରତୀୟ ସେନା ।

ଜମ୍ମୁ କଶ୍ମୀରର କିସ୍ତଓ୍ଵାର ଜିଲ୍ଲାରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ବାହିନୀରLAH ଧ୍ରୁବ ହେଲିକପ୍ଟର କ୍ରାସ । ଏହି ହେଲିକପ୍ଟରରେ ଭାରତୀୟ ସେନାର ୩ ଜଣ ଅଧିକାରୀ ରହିଥିଲେ । ଦୁର୍ଘଟଣା ହେଲିକପ୍ଟରରେ ଥିବା ପାଇଲଟ ଆହତ ହୋଇଥିବା କହିଛି ଭାରତୀୟ ସେନା । ଦୁର୍ଘଟଣା ହୋଇଥିବା ସ୍ଥଳକୁ ଉଦ୍ଧାରକାରୀ ଟିମ୍‌ ପଠାଯାଇଛି ।  ଦୁର୍ଘଟଣା ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସେନାର ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣା ହୋଇଛି। ଯାହା ଚିନାବ ନଦୀରେ ପଡିଛି । ହେଲିକପ୍ଟରରେ ୨ ଜଣ ପାଇଲଟ ଏବଂ ଜଣେ କମାଣ୍ଡିଂ ଅଫିସର ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କମାଣ୍ଡିଂ ଅଫିସର ସଂପୂର୍ଣ୍ଣ ଭାବେ ସୁସ୍ଥ ରହିଥିବା ବେଳେ ପାଇଲଟ ଅଳ୍ପ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ତେବେ ହେଲିକପ୍ଟର କେଉଁ କାରଣ ଯୋଗୁଁ କ୍ରାସ ହୋଇଛି, ତାହା ଜଣାପଡିନାହିଁ । ତେବେ ଖରାପ ପାଣିପାଗ ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି ।

ଘଟଣାଟି ପ୍ରାୟ ୯:୪୫ ସମୟରେ ଘଟିଥିଲା । ଚପରଟି କିସ୍ତଓ୍ଵାରରୁ ମାରୱା ଆଡକୁ ଏକ ସାଧାରଣ ସର୍ଟୀରେ ଉଡୁଥିଲା। ତେବେ କେଉଁ କାରଣରେ ଏଭଳି ହେଇଛି ତାହା ସୂଚନା ମିଳିନାହିଁ । ସେନା ହେଲିକପ୍ଟର ALH ଧ୍ରୁବ ପାଇଲଟ ଦୁର୍ଘଟଣାଗ୍ରସ୍ତ ହେଇଥିବା ସୂଚନା ମିଳିଛି । ଯେଉଁଠି ଦୁର୍ଘଟଣା ହୋଇଛି, ସେହି ଅଞ୍ଚଳ ଦୁର୍ଗମ ବୋଲି ଖବର ମିଳିଛି । ଦୁଇ ଦିନ ହେଲାଣି ସେହି ଅଞ୍ଚଳରେ ବର୍ଷା ମଧ୍ୟ ହେଉଥିଲା ।

ସୂଚନା ଥାଉକି, ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଥିଲେ।  ଚିତା ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ଉଭୟଙ୍କୁ ନିକଟସ୍ଥ ସେନା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଲେଫ୍ଟନାଣ୍ଟ କର୍ଣ୍ଣଲ ସୌରଭ ଯାଦବ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.