ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ଭିଡିଓ ଜାରି କଲା ଭାରତୀୟ ସେନା, X ରେ କଲା ଅପଲୋଡ

ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ଭିଡିଓ ଜାରି କଲା ଭାରତୀୟ ସେନା । ୧୦ ସେକେଣ୍ଟର ଏକ ଭିଡିଓ ଆର୍ମି X ୱେବସାଇଟରେ ଅପଲୋଡ୍ କରାଯାଇଛି । ଗତକାଲିର ହମଲାରେ ଭାରତ ପାକିସ୍ତାନର ୫୦ଟି ଡ୍ରୋନ ସାଙ୍ଗକୁ ୮ଟି ମିଶାଇଲ ମାରି ଖସାଇଛି । ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏବଂ ଉଦ୍ଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନଗ୍ରୋଟା ଏବଂ ପଠାନକୋଟ ସମେତ ଅଞ୍ଚଳରେ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ ।

ଜାରି ଭିଡିଓରେ ଭାରତ କିପରି ପାକିସ୍ତାନ ଆର୍ମି ପୋଷ୍ଟ ଧ୍ୱସ୍ତ କରୁଛି ତାହା ଦେଖିବାକୁ ମିଳିଛି । ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନ ଉପରେ ବଡ଼ ହମଲା କରିଛି ।

ଏଲଓସିରେ ପାକିସ୍ତାନ ପ୍ରଥମେ ଅସ୍ତ୍ର ବିରତି ଉଲଂଘନ କରିଥିବା ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ସେନା ଭାରତ ଉପରେ ଏକାଧିକ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେଗୁଡ଼ିକୁ ପଣ୍ଡ କରିଛି ଭାରତୀୟ ସେନା ।

ଭାରତୀୟ ସେନା ଶତ୍ରୁକୁ ଛାଡ଼ିବ ନାହିଁ । ଦେଶର ସୁରକ୍ଷା ପାଇଁ ଯବାନ ପ୍ରତିଶ୍ରୁତିବଦ୍ଧ ବୋଲି ଆର୍ମି ପୋଷ୍ଟରେ କୁହାଯାଇଛି ।

Also Read : ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ