ବନ୍ୟାରେ ଦେବଦୂତ ସାଜିଲେ ଯବାନ, ଚାଳ ଉପରେ ରହିଥିବା ମଣିଷ ଓ ପଶୁଙ୍କୁ କଲେ ଉଦ୍ଧାର

ପଞ୍ଜାବରେ  ବନ୍ୟା ପରିସ୍ଥିତି। ନଓ୍ଵାନସର ଜିଲ୍ଲାରେ ଭୟଂକର ବନ୍ୟା । ପ୍ରବଳ ବର୍ଷା ଯୋଗୁ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏକାଧିକ ଗାଁ ପାଣି ଘେରରେ ରହିଛି। ବନ୍ୟାର ଏକ ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି। ଘର ବୁଡି ଯାଇଥିବା ବେଳେ ଚାଳ ଛପରେ ଉପରେ ମଣିଷ ଏବଂ ଗୃହପାଳିତ ପଶୁ ଆଶ୍ରୟ ନେଇଥିଲେ । ଯବାନ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଆର୍ମୀ ଯବାନ ମୁତୟନ ହୋଇଛନ୍ତି। ପଂଜାବର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।