ସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା
ପୂର୍ବ ଲଦାଖରେ ସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା। ଭାରତୀୟ ସେନା ଓ ଚୀନ ମଧ୍ୟରେ ମେଜର ଜେନେରାଲସ୍ତରୀୟ ଆଲୋଚନା। ଭାରତତ ଡିବିଓ ଓ ଚୀନର ଚୁସୁଲ ଠାରେ ହୋଇଛି ଆଲୋଚନା।

ପୂର୍ବ ଲଦାଖରେ ସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା। ଭାରତୀୟ ସେନା ଓ ଚୀନ ମଧ୍ୟରେ ମେଜର ଜେନେରାଲସ୍ତରୀୟ ଆଲୋଚନା। ଭାରତତ ଡିବିଓ ଓ ଚୀନର ଚୁସୁଲ ଠାରେ ହୋଇଛି ଆଲୋଚନା।
ଭାରତ ପକ୍ଷରୁ ମେଜର ଜେନେରାଲ ପିକେ ମିଶ୍ରା ଓ ମେଜର ଜେନେରାଲ ହରିହରନଙ୍କ ଆଲୋଚନାରେ ଅଂଶଗ୍ରହଣ କରି ଭାରତର ଯୁକ୍ତି ରଖିଛନ୍ତି। ଦେସପାଙ୍ଗ ପ୍ଲେନ୍ସ ଓ ସିଏନଏନ ଜଂକସନରେ ଲାଗି ରହିଥିବା ବିବାଦର ଅବସାନ ପାଇଁ ଆଲୋଚନା ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।
୨୦୨୦ ଜୁନରେ ଭାରତ ଓ ଚୀନର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ କୁଟନୀତିଜ୍ଞ ଓ ସେନାସ୍ତରରେ ଆଲୋଚନା ଜାରି ରହିଛି। ଏଲଏସିରେ ସ୍ଥିତାବସ୍ଥା ଉପରେ ଜୋର ଦେଇଛି ଭାରତ।