ଭାରତୀୟ ନାଗରିକଙ୍କୁ ଦୁବାଇରେ ମିଳିଲା ସୁନା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ, ଆଉ ତା’ ପରେ…

ଆପଣଙ୍କୁ ସୁନା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଯଦି ମିଳେ , ତେବେ ଆପଣ କ’ଣ କରିବେ। ହୁଏତ ଆପଣ ଟିକେ ଲୋଭୀ ହୋଇଯିବେ। ଏମିତି ଘଟଣା ପୂର୍ବରୁ ଅନେକ ହୁଏତ ଦେଖିଥିବେ। ଆଉ କେତେକ ଘଟଣାରେ ଏହାକୁ ପାଇଥିବା ବ୍ୟକ୍ତି ଫେରାଉଥିବା ଖବର ମଧ୍ୟ ନିଶ୍ଚିତ ଶୁଣିଥିବେ। ଏମିତି ଏକ ଘଟଣା ଦୁବାଇରେ ଘଟିଛି, ତାହା ପୁଣି ଜଣେ ଭାରତୀୟଙ୍କ ସହିତ।

ଦୁବାଇରେ ଜଣେ ଭାରତୀୟ ନାଗରିକଙ୍କୁ ୧୪ ହଜାର ଡଲାର ଟଙ୍କା ଏବଂ ୨ ଲକ୍ଷ ମୂଲ୍ୟର ସୁନା ଭର୍ତ୍ତି ବ୍ୟାଗ ମିଳିଥିଲା। ଯାହାକୁ ନେଇବ୍ୟକ୍ତି ଜଣକ ଦୁବାଇ ପୋଲିସକୁ ଫେରାଇ ଦେଇଥିଲେ। ଏଥିପାଇଁ ଦୁବାଇ ପୋଲିସ ସେହି ଭାରତୀୟ ନାଗରିକଙ୍କୁ ପୁରସ୍କୃତ ମଧ୍ୟ କରିଥିଲା।

dubai 1

ରିପୋର୍ଟ ମୁତାବକ, ଭାରତୀୟ ନାଗରିକ ଜଣକ ମାନବିକତା ଏବଂ ଦାୟିତ୍ୱବାନ ଭୂମିକା ନିର୍ବାହ କରି ପାଇଥିବା ପଇସାକୁ ଫେରାଇଦେଇଥିଲେ। ଶନିବାର ଦିନ ଅଲ କୁସୈସ ପୋଲିସ ଷ୍ଟେସନର ନିର୍ଦ୍ଦେଶକ ବ୍ରିଗେଡିଅର ୟୁସୁଫ ଅବ୍ଦଦୁଲା ସଲୀମ ଅଲ୍ଲୀ ଅଦିଦି ଟଙ୍କା ଏବଂ ସୁନା ଭର୍ତ୍ତି ବ୍ୟାଗ ଫେରାଇଥିବା ବ୍ୟକ୍ତି ରିତେଶ ଜେମ୍ସ ଗୁପ୍ତାଙ୍କୁ ପୁରସ୍କୃତ କରିଥିଲେ। ତାଙ୍କର ଏପରି କାମ ଯୋଗୁଁ ମଧ୍ୟ ତାଙ୍କୁ ପ୍ରଶଂସତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.