ଦେଶ ବିଦେଶ

ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ଭାରତୀୟ ପର୍ବତାରୋହୀ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି

ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ନିଖୋଜ ହୋଇଛନ୍ତି ଜଣେ ଭାରତୀୟ ପର୍ବତାରୋହୀ। ମାଉଣ୍ଟ ଅନ୍ନପୂର୍ଣ୍ଣା ହେଉଛି ନେପାଳର ଦଶମ ସର୍ବୋଚ୍ଚ ପର୍ବତ। ଏହି ପର୍ବତ ଉପରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ପର୍ବତାରୋହୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି।

ଅଭିଯାନ ଆୟୋଜକଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ୩୪ ବର୍ଷୀୟ ଏହି ଭାରତୀୟ ପର୍ବତାରୋହୀ ସୋମବାର ଦ୍ୱିପ୍ରହରରେ ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ନିଖୋଜ ଅଛନ୍ତି।

ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସେ ହେଲେ, ଭାରତର ରାଜସ୍ଥାନର କିଶାନଗଡ଼ ନିବାସୀ ଅନୁରାଗ ମାଲୁ (୩୪)। ନିଖୋଜ ପର୍ବତାରୋହୀଙ୍କ ଠିକଣା ଜାଣିବା ପାଇଁ ବିମାନ ଯୋଗେ ଖୋଜାଖୋଜି ଚାଲିଛି। ତାଙ୍କର ସ୍ଥିତି ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଅଧିକାରୀ କହିଛନ୍ତି, କ୍ୟାମ୍ପ ୪ରେ ପହଞ୍ଚିବା ପରେ ଅନୁରାଗ ଚଢ଼ିବା ଛାଡ଼ି ଦେଇଥିଲେ। ସେ ମିଳିତ ଜାତିସଂଘର ଗ୍ଲୋବାଲ୍ ଲକ୍ଷ୍ୟ ହାସଲ କରିବା ପାଇଁ ୮୦୦୦ ମିଟରରୁ ଅଧିକ ସମସ୍ତ ୧୪ଟି ଶିଖର ଚଢ଼ିବା ମିଶନରେ ଅଛନ୍ତି।

ସେପଟେ ଅଧିକାରୀଙ୍କ କହିବା ଅନୁସାରେ, କ୍ୟାମ୍ପ ୧ ତଳେ ୫,୭୦୦ ମିଟର ଉଚ୍ଚତାରେ ୫୦ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ବରଫ ପାହାଡ଼ରୁ ଖସିବା ପରେ ୩ ଗାଇଡ୍‌ ଏଠାରେ ଦବି ଯାଇଥିଲେ। ତିନି ଶେର୍ପା କେଉଁଠାରେ ଅଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

23 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

29 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago