ଭାରତୀୟ କୋଷ୍ଟ ଗାର୍ଡର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ ଜଣ ନିଖୋଜ, ଜଣେ ଉଦ୍ଧାର

ଭାରତୀୟ କୋଷ୍ଟ ଗାର୍ଡର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ହେଲିକପ୍ଟରରେ ୪ ଜଣ ଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ ହୋଇଛନ୍ତି । ତିନି ଜଣଙ୍କୁ ଖୋଜୁଛି କୋଷ୍ଟ ଗାର୍ଡ । ସର୍ଚ୍ଚ ଅପରସେନରେ କୋଷ୍ଟଗାର୍ଡର ୪ ଜାହାଜ ଓ ୨ଟି ଏୟାରକ୍ରାଫ୍ଟ ନିୟୋଜିତ ରହିଛି । ବିମାନର ଧ୍ବଂସାବଶେ ଠାବ ହୋଇଥିବା ସୂଚନା ରହିଛି ।

ସୋମବାର ରାତି ୧୧ଟାରେ ପୋରବନ୍ଦରଠାରୁ ୪୦ କିଲୋମିଟର ଦୂରରେ ଥିବା ମୋଟର ଟ୍ୟାଙ୍କର ହାରିଲୀଳରେ ଆହତ କ୍ରିୟୁ ମେମ୍ବର ଉଦ୍ଧାର କରିବାକୁ ଯାଇଥିଲା ହେଲିକପ୍ଟର । କିନ୍ତୁ ସମୁଦ୍ରରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ଏହାପରେ ଦୁର୍ଘଟଣା ଘଟିଛି । ବିମାନର ଭଗ୍ନାବଶେଷ ମଧ୍ୟ ସେଠାରେ ପଡିଥିବା ଦେଖିବାକୁ ମିଳିଛି । କୋଷ୍ଟଗାର୍ଡର ALH ହେଲିକପ୍ଟର ଗୁଜରାଟ ଉପକୂଳରେ ଘୂର୍ଣ୍ଣିଝଡ଼ ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ୬୭ ଜଣଙ୍କୁ ଉଦ୍ଧାର କରିଥିଲା କୋଷ୍ଟଗାର୍ଡର ହେଲିକପ୍ଟର ।
ତେବେ କେଉଁ କାରଣ ଯୋଗୁ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା, ତା’ର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.