ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଆଣ୍ଡାମାନରେ ଏକ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ କରିଛି । ନିଷିଦ୍ଧ ମେଥାମଫେଟାମାଇନ୍ ନେଇ ଯାଉଥିବା ବେଳେ ଡଙ୍ଗାକୁ ଜବତ କରାଯାଇଛି । ଏଥିରେ ଥିଲେ ମିଆଁମାରର ୬ ଜଣ କ୍ରୁ ସଦସ୍ୟ ।
ଜଣେ ପ୍ରତିରକ୍ଷା ଅଧିକାରୀ ସୋମବାର ସୂଚନା ଦେଇ କହିଛନ୍ତି ଯେ ଏହି ମାଦକ ଦ୍ରବ୍ୟ ପ୍ରାୟ ୩୦୦୦ ପ୍ୟାକେଟରେ ପ୍ୟାକ୍ ହୋଇଥିଲା, ଯାହାର ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ଅନେକ କୋଟି ଟଙ୍କା ।
ନଭେମ୍ବର ୨୩ରେ ନିୟମିତ ପାଟ୍ରୋଲିଂ ବେଳେ ତଟରକ୍ଷୀ ଡର୍ନିଅର୍ ବିମାନର ପାଇଲଟ୍ ବାରନ୍ ଦ୍ୱୀପ ନିକଟରେ ଏକ ମାଛଧରା ଡଙ୍ଗାର ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରିଥିଲେ । ପୋର୍ଟ ବ୍ଲେୟାରଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ବାରନ୍ ଦ୍ୱୀପ ଅବସ୍ଥିତ ।
ଅଧିକାରୀ କହିଛନ୍ତି, ଡଙ୍ଗାକୁ ଚେତାବନୀ ଦିଆଯାଇଥିଲା ଏବଂ ଏହି ସମୟରେ ପାଇଲଟ୍ ଆଣ୍ଡାମାନ ଓ ନିକୋବର କମାଣ୍ଡକୁ ସୂଚନା ଦେଇଥିଲେ । ଏହାପରେ ଆମ ପାଟ୍ରୋଲିଂ ଜାହାଜ ବାରନ୍ ଦ୍ୱୀପ ଆଡକୁ ଅଗ୍ରସର ହୋଇଥିଲା । ଅଧିକ ଯାଞ୍ଚ ପାଇଁ ନଭେମ୍ବର ୨୪ରେ ମାଛଧରା ଡଙ୍ଗାକୁ ପୋର୍ଟ ବ୍ଲେୟାରକୁ ନିଆଯାଇଛି ।
ଏହାସହ ଡଙ୍ଗାରୁ ମିଆଁମାରର ୬ ଜଣ ନାଗରିକଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଭାରତ ଏବଂ ଏହାର ପଡ଼ୋଶୀ ଦେଶକୁ ମେଥାମଫେଟାମାଇନ୍ ଚୋରା ଚାଲାଣ ହେଉଥିଲା ।
କହି ରଖୁଛୁ, ପୂର୍ବରୁ ମଧ୍ୟ ଆଣ୍ଡାମାନ ଓ ନିକୋବର ଜଳକ୍ଷେତ୍ରରୁ ଏହିପରି ନିଷିଦ୍ଧ ଏବଂ ଚୋରା ସାମଗ୍ରୀ ଜବତ କରାଯାଇଛି । ୨୦୧୯ ଏବଂ ୨୦୨୨ରେ ବିଦେଶୀ ଜାହାଜରୁ ଏ ପ୍ରକାରର ନିଶା ସାମଗ୍ରୀ ଜବତ କରାଯାଇଥିଲା ।
‘Biggest ever drug haul’: Indian Coast Guard seizes five tonnes of drugs in Andaman
Read @ANI Story | https://t.co/X1eN3aCO4y#IndianCoastGuard #drughaul #Andaman pic.twitter.com/g0PQrmCcbF
— ANI Digital (@ani_digital) November 25, 2024