ଉତ୍ତରାଖଣ୍ଡ : ରିଷଭ ପନ୍ତଙ୍କୁ ଜମି କିଣିବାରେ ସହଯୋଗ ପାଇଁ ଆଗେଇ ଆସିଲେ ମୁଖ୍ୟମନ୍ତ୍ରୀ ଧାମି । ନିଜ ଜନ୍ମମାଟି ଉତ୍ତରାଖଣ୍ଡକୁ ଫେରି ସେଠାରେ ନିଜର ପ୍ରଥମ ଘର ତିଆରି କରିବାକୁ ଚାହୁଁଛନ୍ତି ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର- ବ୍ୟାଟର ରିଷଭ ପନ୍ତ । ଗତ ତିନି ବର୍ଷ ଧରି ଉପଯୁକ୍ତ ଜମି କିଣିବା ପାଇଁ ତାଙ୍କ ପ୍ରୟାସ ସଫଳ ହୋଇପାରିନାହିଁ । ଶେଷରେ ମଧ୍ୟରାତ୍ରିରେ ସୋସିଆଲ୍ ମିଡିଆ Xରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଟ୍ୟାଗ୍ କରି ସିଧାସଳଖ ସହଯୋଗ ମାଗିଛନ୍ତି ପନ୍ତ ।
ଉତ୍ତରାଖଣ୍ଡର ରୁରକିରେ ଜନ୍ମିତ ୨୮ ବର୍ଷୀୟ ଋଷଭ ପନ୍ତ କହିଛନ୍ତି, ଦିଲ୍ଲୀରୁ ନିଜ ବେସ୍ ଉତ୍ତରାଖଣ୍ଡକୁ ସ୍ଥାନାନ୍ତର କରିବା ତାଙ୍କର ଇଚ୍ଛା । ନିଜ ଲୋକଙ୍କ ମଧ୍ୟରେ ରହିବା ସହ ରାଜ୍ୟ ପାଇଁ କିଛି ଅବଦାନ ରଖିବାକୁ ଚାହୁଁଛି । ଏଥିପାଇଁ ଉପଯୁକ୍ତ ଓ ବଡ଼ ଜମି ଖୋଜୁଥିବା ବେଳେ ପୂରା ପ୍ରକ୍ରିୟା ତାଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଥିବା ପନ୍ତ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ପନ୍ତ ତାଙ୍କ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି କି, ସରକାରଙ୍କଠାରୁ ମାଗଣାରେ ଜମି ଚାହୁଁନାହାନ୍ତି । ସରକାରୀ ନିୟମ ଓ ନିର୍ଦ୍ଧାରିତ ଦରରେ ଜମି କିଣି ନିଜ ରାଜ୍ୟରେ ପ୍ରଥମ ଘର ତିଆରି କରିବାକୁ ଚାହୁଁଛନ୍ତି । ପୂର୍ବରୁ ରାଜ୍ୟର ପ୍ରଚାର ସହ ଜଡ଼ିତ ଥିବା ସମୟରେ ଯେଉଁ ଜମି ମିଳିବା କଥା କୁହାଯାଇଥିଲା, ତାହା ମଧ୍ୟ ଏପର୍ଯ୍ୟନ୍ତ ମିଳିନଥିବା ସେ ଉଲ୍ଲେଖ କରିଛନ୍ତି ।
ପନ୍ତଙ୍କ ପୋଷ୍ଟ ପରେ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ପନ୍ତଙ୍କୁ ଉତ୍ତରାଖଣ୍ଡର ଗର୍ବ ବୋଲି କହିବା ସହ ନିଜ ମାଟିକୁ ଫେରି ରାଜ୍ୟ ପାଇଁ ଅବଦାନ ରଖିବାର ତାଙ୍କ ଭାବନାକୁ ପ୍ରଶଂସା କରିଛନ୍ତି । ସମ୍ପୃକ୍ତ ଅଧିକାରୀଙ୍କୁ ପନ୍ତଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ନିୟମ ଅନୁସାରେ ସମସ୍ତ ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ଧାମି ଆଶ୍ୱାସନା ଦେଇଛନ୍ତି । ଏହାରି ମଧ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷରେ ପନ୍ତ ଉତ୍ତରାଖଣ୍ଡର ସର୍ବାଧିକ ବ୍ୟକ୍ତିଗତ ଆୟକରଦାତା ଭାବେ ସାମ୍ନାକୁ ଆସିଛ । ସେ ୨୩ କୋଟି ୮୪ ଲକ୍ଷ ଟଙ୍କାର ଆୟକର ଦେଇଥିବା ରିପୋର୍ଟ ହୋଇଛି ।
@pushkardhami hello sir how’s you ??? It’s a long time for me especially being local from Uttrakhand . I have been trying to buy land to shift my base from Delhi to Uttrakhand and I couldn’t find anything facilitating and big to live here I love my Uttrakhand. My humble request…
— Rishabh Pant (@RishabhPant17) August 7, 2026
Also Read : Road Accident: ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ଘରୋଇ ବସ୍, ୭ ମୃତ