ବଢିପାରେ ଯବାନଙ୍କ କାର୍ଯ୍ୟକାଳ, କାର୍ଯ୍ୟ ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ୧୦ରୁ ୧୮ବର୍ଷ ଯାଏ ବୃଦ୍ଧି କରିବାକୁ ପ୍ରସ୍ତାବ

କେନ୍ୟୁଜ୍(ବ୍ୟୁରୋ): ସ୍ଥଳସେନାରେ ବଢିବ ଯବାନଙ୍କ କାର୍ଯ୍ୟକାଳ। ବିଭିନ୍ନ ପଦପଦବୀରେ କାର୍ଯ୍ୟରତ ଯବାନଙ୍କ କାର୍ଯ୍ୟକାଳ ୧୦ରୁ ୧୮ବର୍ଷ ଯାଏ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଥିବା ଜଣାପଡ଼ିଛି। ଅନେକ ପଦପଦବୀରେ ଯବାନ ମାନେ ୪୦ବର୍ଷ ବୟସରୁ ଅବସର ନେଉଛନ୍ତି। ଦକ୍ଷ ମାନବସମ୍ବଳର ସଦୁପଯୋଗ ପାଇଁ ସେମାନଙ୍କୁ ଅଧିକ ଦିନ ପାଇଁ ଚାକିରିରେ ରଖିବାକୁ ସ୍ଥଳସେନା ଚିନ୍ତା କରୁଛି। ଏହା କାର୍ଯ୍ୟକାରୀ ହେଲେ ସେନାର ୪ଲକ୍ଷରୁ ଅଧିକ ଯବାନ ଉପକୃତ ହେବେ।

defense extensionସ୍ଥଳସେନାର ଅନ୍ୟ କେତେକ ପଦପଦବୀରେ ଯଥାକ୍ରମେ ୫୦, ୫୪ ଓ ୫୮ ବର୍ଷରେ ମଧ୍ୟ ଅବସର ନେଉଛନ୍ତି। ସ୍ଥଳ ସେନାରେ ବର୍ତ୍ତମାନ ୫୦ହଜାର ଅଫିସର ର‍୍ୟାଙ୍କ କର୍ମଚାରୀ ଓ ୧୨ଲକ୍ଷ ଅଣ ଅଫିସର କର୍ମଚାରୀ କାର୍ଯ୍ୟରତ। ଏମାନଙ୍କ କାର୍ଯ୍ୟ ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ଯବାନଙ୍କ କାର୍ଯ୍ୟକାଳକୁ ୧୦ରୁ ୧୮ ବର୍ଷ ଯାଏ ବୃଦ୍ଧି କରିବାକୁ ଯୋଜନା ରହିଛି। ସେନାରେ ଯବାନମାନେ ସାଧାରଣତଃ ୧୭ ବର୍ଷ ବୟସରେ କାର୍ଯ୍ୟରେ ଯୋଗ ଦେଇ ୪୦ବର୍ଷ ବୟସରେ ଅବସର ନେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.