କାନାଡାରେ ହାର୍ଟ ଆଟାକ୍‌ରେ ଭାରତୀୟ ଯୁବତୀଙ୍କ ମୃତ୍ୟୁ, ଚାକିରି ନ ପାଇ ଚିନ୍ତାଗ୍ରସ୍ତ ଥିଲେ

କାନାଡାରେ ଭାରତୀୟ ମୂଳର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଯୁବତୀ ଜଣକ ୨୦୨୩ ଡିସେମ୍ବରରେ IELTS (ଅନ୍ତର୍ଜାତୀୟ ଇଂଲିଶ୍‌ ଭାଷା ପରୀକ୍ଷା ସିଷ୍ଟମ) କୋର୍ସ କରିବା ପରେ ଅଧିକ ଅଧ୍ୟୟନ ପାଇଁ କାନାଡା ଯାଇଥିଲେ । କିନ୍ତୁ ସେଠାରେ ପାଠପଢା ସହିତ କାମ ନ ମିଳିବାରୁ ସେ ଚିନ୍ତାଗ୍ରସ୍ତ ଥିଲେ ।

ସେପ୍ଟେମ୍ବର ୧ରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ନେଇ ସାଥୀରେ ରହୁଥିବା ଅନ୍ୟ ଯୁବତୀମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଝିଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ମୃତା ଯୁବତୀ ହେଲେ, ଗୁରୁମିତ୍‌ କୌର । ସେ ବିବାହିତା ଥିବାବେଳେ ଅଧ୍ୟୟନ ଭିସାରେ କାନାଡା ଯାଇଥିଲେ ।

ମୃତାଙ୍କ ପରିବାର ଲୋକେ ପଞ୍ଜାବ ସରକାରଙ୍କୁ ନିବଦେନ କରିଛନ୍ତି ଯେ ଝିଅର ମୃତଦହେ ଭାରତ ଆଣିବାରେ ସରକାର ସେମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ସେମାନେ ଝିଅର ଅନ୍ତିମ ସଂସ୍କାର କରିପାରିବେ । ଗୁରୁମିତଙ୍କ ବାପା ପରମଜିତ ସିଂ କହିଛନ୍ତି ଯେ ଝିଅର ବିବାହ ଅଢ଼େଇ ବର୍ଷ ତଳେ ଲକ୍ଷବୀର ସିଂଙ୍କ ସହ ହୋଇଥିଲା ।

୨୦୨୩ ଡିସେମ୍ବର ୨୯ରେ ସେ ଅଧ୍ୟୟନ ପାଇଁ କାନାଡା ଯାଇଥିଲେ । ସେଠାରେ ସେ ଅଧ୍ୟୟନ ସହିତ କାମ ନ ପାଇ ଚିନ୍ତାଗ୍ରସ୍ତ ଥିଲେ । ଗୁରୁମିତ ଥିଲେ ବରନାଲା ଜିଲ୍ଲା ଭଦୌଡ଼ ସହରର ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.