ଦେଶର ଗୌରବ ଅଦିତି ସିଂ, ହାକର୍ସ ସମସ୍ୟା ସମଧାନ ପାଇଁ ଅଦିତିଙ୍କୁ ମିଳିଲା ୨୨ ଲକ୍ଷ ଟଙ୍କା

ଭାରତୀୟ ଝିଅ ଦେଖାଇଲେ କମାଲ । କାମରେ ଖୁସି ହୋଇ ମାଇକ୍ରୋସଫ୍ଟ କମ୍ପାନୀ କଲେ ଅର୍ଥରାଶି ପ୍ରଦାନ । ତାଙ୍କ ନାମ ହେଉଛି ଅଦିତି ସିଂ । ଅଦିତି ପେଷାରେ ଜଣେ ସାଇବର ସିକ୍ୟୁରିଟି ଆନାଲିଷ୍ଟ । ନିଜ କାମର ଯାଦୁ ଦେଖାଇ ମାଇକ୍ରୋସଫ୍ଟ କମ୍ପାନୀଠୁ ପାଇଲେ ୨୨ ଲକ୍ଷ ଟଙ୍କାର ସଫଳତା ଭେଟି । ଏହି ସଫଳତା ରାଶି ଅଦିତିଙ୍କୁ ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ  Azure କ୍ଲାଉଡ ସିଷ୍ଟମରେ ଥିବା ସମସ୍ୟା ସମ୍ପର୍କରେ ଜାଣିପାରିଥିବାରୁୁ ତାଙ୍କୁ ଏହି ରାଶି ପ୍ରଦାନ କରାଯାଇଛି । ସେ ଏହି ସୂଚନା ନ୍ୟାସନାଲ ନ୍ୟୁଜ ଚ୍ୟାନେଲକୁ ଦେଇଛନ୍ତି ।

ସାଇବର ସିକ୍ୟୁରିଟି ଆନାଲିଷ୍ଟ ଅଦିତି ସିଂ  Azure କ୍ଲାଉଡ ସମ୍ପର୍କରେ ଏକ ବିଶେଷ ତଥ୍ୟ ମିଳିଥିଲା । ଯାହାଦ୍ୱାରା ଅନେକ ସମସ୍ୟା ଦେଖାଯାଉଥିଲା । ଏହାଦ୍ୱାରା ସାଇବର ଠକ ୟୁଜରଙ୍କ ଆକାଉଣ୍ଟକୁ ଆକ୍ସେସ କରିପାରିବେ । ଏହାକୁ ନେଇ ଅଦିତି କମ୍ପାନୀକୁ ରିପୋର୍ଟ ମାଗିଥିଲେ। ଏହାପୂର୍ବରୁ ମଧ୍ୟ ଅଦିତି ଅନ୍ୟ ପ୍ଲାଟଫର୍ମର ସମସ୍ୟା ସମ୍ପର୍କରେ ଜରୁରୀ ସୂଚନା ଦେଇଥିଲେ ।

3245
pc: aajtak

ଏହାକୁ ଦେଖି ମାଇକ୍ରୋସଫ୍ଟ କମ୍ପାନୀ ଅଦିତିଙ୍କୁ ଇମେଲ ପଠାଇଥିଲା । ଏହି ଇମେଲରେ ସେ ପ୍ରାଇଜ ରାଶି ସମ୍ପକରେ ଜଣାଇଥିଲେ । ପରେ କମ୍ପାନୀ ତରଫରୁ ୩୦ ହଜାର ଡଲାର(ଭାରତରେ ୨୨ ଲକ୍ଷ) ଅଦିତିଙ୍କୁ ପ୍ରଦାନ କରାଯାଇଥିଲା । ଏହାକୁ ନେଇ ଅଦିତି ମଧ୍ୟ ଟ୍ୱିଟ କରିଥିଲେ । ଏଥିରେ ସମସ୍ତ ଡିଟେଲ୍ସ ମଧ୍ୟ ସେ ଯୋଡି ଥିଲେ । ଏହାସହ ଇନଷ୍ଟାଗ୍ରାମରେ ମଧ୍ୟ ହାକର୍ସଙ୍କ ସୂଚନା ଦେବା ପରେ ଜଣେ ଭାରତୀୟଙ୍କୁ ଇନଷ୍ଟାଗ୍ରାମ ତରଫରୁ ୨୨ ଲକ୍ଷ ଟଙ୍କା ଦିଆଯାଇଥିଲା । ଏହାପୂର୍ବରୁ ମଧ୍ୟ କିଛି ଭାରତୀୟଙ୍କୁ ଫେସବୁକ ଏବଂ ଅନ୍ୟ କମ୍ପାନୀ ପକ୍ଷରୁ ସଫଳତା ରାଶି ପ୍ରଦାନ କରାଯାଇଛି । ଏଥିପାଇଁ ଭାରତୀୟ ଖୁବ ଆଗରେ ମଧ୍ୟ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.