ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଉପରେ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍‌, ଏବେ ଭାରତରେ ବ୍ୟାନ୍‌ ହେବ ୧୨ ହଜାରରୁ କମ୍‌ ଟଙ୍କିଆ ଫୋନ୍‌

ମାଇକ୍ରୋମାକ୍ସ, ଲାଭା, କାର୍ବନ ଓ ଅନ୍ୟ ଘରୋଇ ବ୍ରାଣ୍ଡ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଚୀନ୍‌ ସ୍ଥିତ ସ୍ମାର୍ଟଫୋନ୍‌ ଉତ୍ପାଦନ କମ୍ପାନୀ ଉପରେ ବ୍ୟାନ୍‌ ଲଗାଇବାକୁ ଯୋଜନା କରୁଛନ୍ତି। ଚୀନ୍‌ ଉତ୍ପାଦିତ ୧୨,୦୦୦ରୁ କମ୍‌ ଟଙ୍କିଆ ଫୋନ୍‌ ଉପରେ ରୋକ୍‌ ଲଗାଇବାକୁ ଯୋଜନା କରୁଛନ୍ତି ସରକାର। ନିକଟରେ ସାମ୍ନାକୁ ଆସିଥିବା ରିପୋର୍ଟରେ କୁହାଯାଇଛି, ଚୀନୀ ସ୍ମାର୍ଟଫୋନ୍‌ ନିର୍ମାତାଙ୍କୁ ନିଜ ଘରୋଇ ଉଦ୍ୟୋଗକୁ କିକ୍‌-ଷ୍ଟାର୍ଟ କରିବାପାଇଁ ୧୨,୦୦୦ ଟଙ୍କାରୁ ଶସ୍ତା ସ୍ମାର୍ଟ ଫୋନ୍‌ ବିକ୍ରିକୁ ବନ୍ଦ କରିବା ଆବଶ୍ୟକ।

ଭାରତ ଓ ଚୀନ୍‌ ମଧ୍ୟରେ ଗତ କିଛି ଦିନ ହେଲାଣି ଯୁଦ୍ଧ ସ୍ଥିତି ଦେଖାଦେଇଛି। ଏଣୁ ନିକଟରେ କିଛି ଚୀନ୍‌ କମ୍ପାନୀ ତଦନ୍ତ ଘେରରେ ଅଛନ୍ତି। ଗତ କିଛି ମାସ ହେଲା ସାଓମି, ଭିଭୋ ଓ ଓପୋ ସମେତ କିଛି ଚୀନ୍‌ କମ୍ପାନୀଙ୍କ ଉପରେ ଇଡି ପକ୍ଷରୁ ଚୋରି ନେଇ ଅଭିଯୋଗ ଆସିଛି।

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡ୍ରିଂର ଏକ ମାମଲାରେ ଭିଭୋର ବ୍ୟାଙ୍କ ଆକାଉଣ୍ଟ ସିଲ୍‌ କରି ଦେଇଥିଲା। ପରେ କମ୍ପାନୀ ଉକ୍ତ ଅଧିକାରୀଙ୍କ ଆକାଉଣ୍ଟକୁ ଅନ୍‌ଫ୍ରିଜ୍‌ କରିବାକୁ ଅନୁରୋଧ କରିଥିଲା। ଫଳରେ ଦେଶରେ କମ୍ପାନୀ ନିଜ ବେପାର ଜାରି ରଖିପାରିବ।

ତେବେ ଭାରତ ସରକାର ଏବେ ଯାଏଁ ୧୨,୦୦୦ରୁ କମ୍‌ ଟଙ୍କାର ଚାଇନା ସ୍ମାର୍ଟଫୋନ୍‌କୁ ବ୍ୟାନ୍‌ କରିବ ବୋଲି ଅଫିସିଆଲି କୌଣସି ସୂଚନା ଦେଇନାହିଁ।

ସୂଚନାଯୋଗ୍ୟ ଯେ ସ୍ମାର୍ଟ ଫୋନ୍‌ କମ୍ପାନୀ ବ୍ୟତୀତ ଭାରତ ସରକାରଙ୍କ ନଜର ଏବେ ଚୀନ୍‌ ଆପ୍‌ ଉପରେ ରହିଛି। ସରକାର ନିକଟରେ ଗୁଗଲ ଓ ଆପଲଙ୍କୁ ବ୍ୟାଟଲ ଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ (BGMI) ଆପ୍‌ ବା ପବ୍‌ଜି ମୋବାଇଲର ଭାରତୀୟ ଭର୍ସନକୁ ପ୍ଲେ ଷ୍ଟୋର ସହ ଆପଲ ଆପ୍‌ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା। BGMI ମୋବାଇଲ ଗେମ୍‌ ଏବେ ଭାରତରେ ଡାଉନ୍‌ଲୋଡ୍‌ ପାଇଁ ଉପଲବ୍ଧ ନାହିଁ।

Also Read: ଆଜି ପୃଥିବୀ ସହ ଧକ୍କା ହେବ ଆଉ ଏକ ସୌର ଝଡ଼, ବ୍ଲାକ ଆଉଟ୍ ହୋଇଯିବ ମୋବାଇଲ ସମେତ ସବୁ ନେଟ୍‌ଓ୍ଵାର୍କ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.