ସିଙ୍ଗାପୁରରେ ଭାରତୀୟଙ୍କୁ ଜେଲ୍‌ ଦଣ୍ଡ, ବୃଦ୍ଧ ମହିଳାଙ୍କ ମୃତ୍ୟୁ ମାମଲାରେ ଶୁଣାଣି କଲେ କୋର୍ଟ

ଜଣେ ଭାରତୀୟ ନାଗରିକଙ୍କୁ ସିଙ୍ଗାପୁରରେ ୧୦ ମାସ ଜେଲ ଦଣ୍ଡାଦେଶ ହୋଇଛି। ଭାରତୀୟ ନାଗରିକ ଜଣ ବେପାରୁଆ ଭାବେ ଟ୍ରକ୍‌ ଚଳାଇ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟାଇଥିବା ଅଭିଯୋଗରେ ତାଙ୍କୁ ଜେଲ ଦଣ୍ଡ ହୋଇଛି। ସିଙ୍ଗାପୁରର ଏକ ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ସିଙ୍ଗାପୁର : ଜଣେ ଭାରତୀୟ ନାଗରିକଙ୍କୁ ସିଙ୍ଗାପୁରରେ ୧୦ ମାସ ଜେଲ ଦଣ୍ଡାଦେଶ ହୋଇଛି। ଭାରତୀୟ ନାଗରିକ ଜଣ ବେପାରୁଆ ଭାବେ ଟ୍ରକ୍‌ ଚଳାଇ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟାଇଥିବା ଅଭିଯୋଗରେ ତାଙ୍କୁ ଜେଲ ଦଣ୍ଡ ହୋଇଛି। ସିଙ୍ଗାପୁରର ଏକ ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଦଣ୍ଡିତ ହୋଇଥିବା ଭାରତୀୟ ନାଗରିକ ହେଉଛନ୍ତି ଶିବଲିଙ୍ଗମ୍ ସୁରେଶ । ସିଙ୍ଗାପୁରରେ ସେ ଚଳିତ ବର୍ଷ ଫେବୃଆରୀରେ ବେପରୁଆ ଭାବରେ ଟ୍ରକ୍‌ ଚଳାଇ ଜେବ୍ରା କ୍ରସିଂ ପାର ହେଉଥିବା ୭୯ ବର୍ଷିୟ ଚାଇନା ମହିଳାଙ୍କୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍‌ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।ଏହି ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଶୁଣାଣି ସମୟରେ କୋର୍ଟଙ୍କୁ କୁହାଯାଇଥିଲା ଯେ, ଅଭିଯୁକ୍ତ ଜଣକ ବେପରୁଆ ଗାଡି ଚଳାଇବା ସମୟରେ ମହିଳାଙ୍କୁ ଧକ୍କା ଦେଇଥିଲେ, ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେହି ଦିନ ସେଇଠି ମହିଳାଙ୍କର ମୃତ୍ୟୁ ହୋଇଥିଲା।

ଶୁଣାଣି ସମୟରେ ଡେପୁଟି ପବ୍ଲିକ ପ୍ରସିକ୍ୟୁଟର ବେନେଡିକ୍ଟ ଟୋଙ୍ଗ କହିଛନ୍ତି ଯେ, ଯେତେବେଳେ ସୁରେଶ ପ୍ରାଥମିକ ବିଦ୍ୟାଳୟ ନିକଟରେ ଜେବ୍ରା କ୍ରସିଂ ଯାଉଥିଲେ ସେତେବେଳେ ସେ ମହିଳାଙ୍କ ପ୍ରତି ଧ୍ୟାନ ଦେଇ ନଥିଲେ ତାଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏହି ଘଟଣାରେ ଟ୍ରକ୍‌ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଦାଲତକୁ ସ୍ପଷ୍ଟ ପ୍ରମାଣ ମିଳିନଥିଲା । ଡିପିପି ତିଓଙ୍ଗ ଅଦାଲତ ସୁରେଶଙ୍କୁ ୧୦ ରୁ ୧୧ ମାସ ଜେଲ ଦଣ୍ଡ ଏବଂ ୮ ବର୍ଷ ଡ୍ରାଇଭିଂ ଲାଇସେନ୍ସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଣ୍ଡ ସହିତ ଅଭିଯୁକ୍ତ ସୁରେଶଙ୍କୁ ଜେଲରୁ ବାହାରିବା ପରେ ମଧ୍ୟ ଆଠ ବର୍ଷ ଧରି ସମସ୍ତ ବର୍ଗର ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଅଯୋଗ୍ୟ ବିବେଚିତ କରାଯାଇଛି।

 

You might also like