ବେଳେ ବେଳେ ଆମ ସାମ୍ନାକୁ ଅନେକ ପ୍ରକାରର ଖବର ଆସିଥାଏ । ସେଥିମଧ୍ୟରୁ କିଛି ଆମ ମନୋରଞ୍ଜନର ଖୋରାକ ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟ କଲା ଭଳି ଖବର ନଜିର ରହିଥାଏ । ତେବେ ଏପରି ଏକ ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଯାହା ଆପଣ ଜାଣିଲେ ସ୍ତବ୍ଧ ହୋଇ ରହିଯିବେ । କାରଣ ଏହି ଖବର ପ୍ରଥମ କରି ସାମ୍ନାକୁ ଆସିଛି । ପୂର୍ବରୁ ଏଭଳି ଅନେକ ଖବର ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଏହି ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଆମ ଜାଣତରେ ହେଉ ବା ଅଜାଣତରେ ମଣିଷ ଯେ ଏପରି ଭୁଲ କରିପାରେ ତାହା ଆପଣ ଶୁଣିବା ଆଉ ଦେଖିବା ପରେ ନିଜ ଆଖିକୁ ବିଶ୍ୱାସ କରି ହେବନି । ଆଉ ଯେଉଁ ଭୁଲ ପାଇଁ ତାଙ୍କୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥାଏ ।
ଜଣେ ୩୧ ବର୍ଷୀୟ ଯୁବକଙ୍କ ସହ ଯାହା ଘଟିଛି ଆମେ ସେହି ବିଷୟରେ ଆପଣଙ୍କୁ ଜଣାଉଛୁ । ଏହି ଭାରତୀୟ ଯୁବକଙ୍କ ପେଟରୁ ବାହାରିଛି ୨ ଫୁଟ୍ ଲମ୍ବର ଇଲ୍ ମାଛ । ଖାଲି ସେତିକି ନୁହେଁ ଆଜ୍ଞା, ଯୁବକଙ୍କ ପେଟରୁ ଗୋଟିଏ ଲେମ୍ବୁ ମଧ୍ୟ ବାହାରିଛି । ଡାକ୍ତର ଅପରେସନ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଇଲ୍ ମାଛ ଯୁବକଙ୍କ ପେଟକୁ ଗଲା କିପରି ? ତେବେ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଯେତେବେଳେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଯୁବକ ଜଣକ ସେହି ସମୟରେ ଡାକ୍ତର ତାଙ୍କୁ ପ୍ରଶ୍ନ କରିଥିଲେ ଆଉ ସେ ସବୁ କଥା ଡାକ୍ତରଙ୍କୁ କହିଥିଲେ । ଯାହାକୁ ଶୁଣିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଯୁବକ ଜଣକ ତାଙ୍କ ପ୍ରାଇଭେଟ୍ ପାର୍ଟ ବାଟେ ଏହି ମାଛକୁ ପ୍ରବେଶ କରାଇବା କଥା ଡାକ୍ତରଙ୍କୁ କହିଥିଲେ । ଯାହା ପରେ ତାଙ୍କ ଅବସ୍ଥା ବେହାଲ ହୋଇଯାଇଥିଲା । ମାଛ ଯୁବକଙ୍କ ପେଟ ଭିତରେ କାଟିବାକୁ ଲାଗିଥିଲା ।
ତେବେ ସମ୍ପୂର୍ଣ୍ଣ ଘଟଣା ଥିଲା ଏହିପରି, ଭିଏତନାମା ହାନୋଇରେ ଜଣେ ୩୧ ବର୍ଷୀୟ ଭାରତୀୟ ଯୁବକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଗତ ମାସ ୨୭ ତାରିଖରେ ହସ୍ପିଟାଲରେ ପହଞ୍ଚିଥିଲେ । ଯୁବକ ଜଣକ ପ୍ରାଇଭେଟ ପାର୍ଟ ଦେଇ ଏହି ଇଲ୍ ମାଛକୁ ପ୍ରବେଶ କରାଇବା ଦ୍ୱାରା ମାଛଟି ଜୀବିତ ଥିବାରୁ ବାହାରକୁ ବାହାରିବା ପାଇଁ ବାଟ ଖୋଜିଥିଲା । ସେଥିପାଇଁ ପେଟ ଭିତରେ କାଟିବାକୁ ଆରମ୍ଭ କରିଥିଲା । ଯାହା ଫଳରେ ଯୁବକଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଆଉ ସେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ । ଆଉ ଡାକ୍ତର ତାଙ୍କୁ ଅପରେସନ ପାଇଁ ପରାମର୍ଶ ଦେଇଥିଲେ । ଏବଂ ଅପରେସନ ପରେ ଯୁବକଙ୍କ ପେଟ ଭିତରୁ ବାହାରିଥିଲା ଏହି ଇଲ୍ ମାଛ । ଉକ୍ତ ଈଲର ଲମ୍ବ ୨୫ ରହିଥିବା ବେଳେ ବ୍ୟାସ ୪ ଇଞ୍ଚ ରହିଥିଲା । ଯୁବକଙ୍କ ଶରୀର ରେକ୍ଟମ ଓ କୋଲୋନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡାକ୍ତର ତା’ର ଚିକିତ୍ସା କରିବା ପରେ ରୋଗୀ ବିପଦମୁକ୍ତ ହୋଇଥିଲେ ।
ଏହି ଈଲ ହେଉଛି ସାପ ଭଳି ଦେଖାଯାଉଥିବା ଏକ ମାଛ । ଯିଏ କି ପାଣି ବାହାରେ ବି ବହୁ ସମୟ ଧରି ଜୀବିତ ରହିପାରେ । ତେଣୁ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ପ୍ରବେଶ କରିବା ପରେ ଈଲ ମଳାଶୟ ଓ ବଡ଼ ଅନ୍ତର କିଛି ଅଂଶକୁ କାଟି ପକାଇଥିଲା । ସେହି କାରଣରୁ ଯୁବକଙ୍କୁ ଅସହ୍ୟ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା । ଡାକ୍ତର ଜରୁରୀକାଳୀନ ଭିତ୍ତିରେ ସର୍ଜରୀ କରିଥିଲେ । ଯୁବକଙ୍କ ପେଟ ଭିତରେ ଏକ ଲେମ୍ବୁ ରହୁଥିବାରୁ ତାହା ଈଲର ରାସ୍ତାକୁ ରୋକୁଥିଲା ବୋଲି ଡାକ୍ତର କହିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିଲା । ଯାହାକୁ ଦେଖି ଲୋକେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥିଲେ ।