କୋଲକାତାରେ ଡାକ୍ତରଙ୍କୁ ମାଡ଼ ଘଟଣା, ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ

ଷଷ୍ଠ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବାକୁ ସର୍ତ୍ତ ରଖିଲେ ଡାକ୍ତର। କହିଲେ, ସ୍ଥାନ ଓ ସମୟ ଆମେ ସ୍ଥିର କରିବୁ। କୋଲକାତାରେ ଡାକ୍ତରଙ୍କୁ ମାଡ଼ ଘଟଣା ପ୍ରତିବାଦରେ ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ସେପଟେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ବେଳେ ନରମିଛନ୍ତି ରାଜ୍ୟ ସରକାର । କାମରେ ଯୋଗଦେବାକୁ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସ୍ୱାସ୍ଥ୍ୟାବସ୍ଥାରେ ସ୍ୱାଭାବିକ ସ୍ଥିତି ଆଣିବାକୁ ସରକାର ପ୍ରୟାସ ଚାଲିଛି । କଥାବାର୍ତ୍ତା ଜରିଆରେ ଘଟଣାର ସମସ୍ତ ଦାବି ପୂରଣ ହୋଇପାରିବ ବୋଲି ସେ କହିଛନ୍ତି । କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମବଙ୍ଗରେ ରେସିଡେଣ୍ଟ ଡାକ୍ତରଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ ଚେତାବନୀ ଦିଆଯାଇଛି। ପଶ୍ଚିମବଙ୍ଗ ସମେତ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ, ହାଇଦ୍ରାବାଦ, କେରଳ, ବିହାର ସମେତ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର।

 

 

You might also like