ସପ୍ତାହ ପରେ ଜୀବିତ ମିଳିଲେ ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ, ଅନ୍ନପୂର୍ଣ୍ଣା ପର୍ବତରେ ହୋଇଥିଲେ ଦୁର୍ଘଟଣାର ଶିକାର
ଗତ ସପ୍ତାହରେ ନିଖୋଜ ଥିବା ଅନୁରାଗ ମାଲୁଙ୍କୁ ଅନ୍ନପୂର୍ଣ୍ଣା ପର୍ବତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେଭେନ୍ ସମ୍ମିଟ୍ ଟ୍ରେକ୍ସ ଏହା ନିଶ୍ଚିତ କରିଛି।
ଗତ ସପ୍ତାହରେ ନିଖୋଜ ଥିବା ଅନୁରାଗ ମାଲୁଙ୍କୁ ଅନ୍ନପୂର୍ଣ୍ଣା ପର୍ବତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେଭେନ୍ ସମ୍ମିଟ୍ ଟ୍ରେକ୍ସ ଏହା ନିଶ୍ଚିତ କରିଛି। ଗତ ସପ୍ତାହରେ ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ସମୟରେ ଅନୁରାଗ ନିଖୋଜ ହୋଇଯାଇଥିଲେ।
ଅନୁରାଗଙ୍କ ଭାଇ ସୁଧୀର କହିଛନ୍ତି, ‘ସେ ଜୀବନ୍ତ ଅବସ୍ଥାରେ ମିଳିଛନ୍ତି। ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି’।
ଅନୁରାଗ ମାଲୁ ଏକ ମିଶନରେ ଥିଲେ। ୩୪ ବର୍ଷୀୟ ଅନୁରାଗ ରାଜସ୍ଥାନର କିଶନଗଡ଼ର ବାସିନ୍ଦା। ପେସାରେ ସେ ଜଣେ ଯୁବ ଉଦ୍ଦ୍ୟୋଗୀ। ଅନୁରାଗ ଚତୁର୍ଥ କ୍ୟାମ୍ପରୁ ଫେରୁଥିବା ବେଳେ ତୃତୀୟ କ୍ୟାମ୍ପ ତଳେ ଏକ ଖାଲରେ ପଡ଼ିଯାଇଥିଲେ।
ପର୍ବତାରୋହୀ ଅଭିଯାନ ଆୟୋଜକ ସଂଗଠନର ଜଣେ ଅଧିକାରୀ ଗଣମାଧ୍ୟମକୁ ଏହା ନିଶ୍ଚିତ କରିଥିଲେ। ଅନୁରାଗ ମାଲୁ ୮,୦୦୦ ମିଟରରୁ ଅଧିକ ସମସ୍ତ ୧୪ଟି ପର୍ବତ ଚଢ଼ିବା ମିଶନରେ ଥିଲେ। ମାଲୁଙ୍କୁ ଆର୍ଇଏକ୍ସ କର୍ମବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି।
କହି ରଖୁଛୁ, ଅନ୍ନପୂର୍ଣ୍ଣା ହେଉଛି ବିଶ୍ୱର ଦଶମ ସର୍ବୋଚ୍ଚ ପର୍ବତ। ଏହା ପର୍ବତାରୋହୀମାନଙ୍କ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ପର୍ବତ ମଧ୍ୟରୁ ଗୋଟିଏ। ଅନୁରାଗ ଏହାକୁ ଚଢ଼ିବାକୁ ଯାଇଥିଲେ। ସେ ଜଣେ ଦକ୍ଷ ପର୍ବତାରୋହୀ। ଏହାପୂର୍ବରୁ ମଧ୍ୟ ସେ ଅନେକ ପର୍ବତ ଉପରକୁ ଚଢ଼ିଛନ୍ତି।
Anurag Maloo has been rescued alive from Mount Annapurna.
“He is currently at Manipal Hospital under doctor supervision,” confirms Mingma Sherpa from Seven Summit Treks to ANI https://t.co/khlagJc2mD
— ANI (@ANI) April 20, 2023