ଆସୁଛି ରୋମିଓ…ଆହୁରୀ ଶକ୍ତିଶାଳୀ ହେଲା ଭାରତୀୟ ନୈସେନା

ନୂଆଦିଲ୍ଲୀ(କେନ୍ଯୁଜ୍): ଆହୁରୀ ଶକ୍ତିଶାଳୀ ହେଲା ଭାରତୀୟ ନୈସେନା । ଆସୁଛି ରୋମିଓ । ଭାରତୀୟ ନୌସେନା ଏହାର ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ପାଇଛି । ଆମେରିକା ପକ୍ଷରୁ ଭାରତୀୟ ନୌସେନାକୁ ଦୁଇଟି MH-୬୦ ରୋମିଓ ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ରୋମିଓ ହେଲିକପ୍ଟରର ପରବର୍ତ୍ତୀ ବ୍ୟାଚ୍‌ ନଭେମ୍ବରରେ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବ । ୨୦୨୨ ଜୁନ୍‌-ଜୁଲାଇରେ ତୃତୀୟ ବ୍ୟାଚ ରୋମିଓ ହେଲିକପ୍ଟର ସାମିଲ କରାଯିବ । ୨୦୨୩ ସୁଦ୍ଧା ଭାରତୀୟ ନୌସେନା ସମସ୍ତ ୨୪ ଟି ହେଲିକପ୍ଟର ପାଇବ ।

୨୦୨୦ରେ ଭାରତ ପ୍ରାୟ ୨୪ଟି ରୋମିଓ ହେଲିକପ୍ଟର ପାଇଁ ଆମେରିକା ସହ ୧୬ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା । ରୋମିଓ ହେଲିକପ୍ଟର ହେଉଛି ଏକ ମଲ୍ଟି ରୋଲ୍‌ ହେଲିକପ୍ଟର । ଘଣ୍ଟାକୁ ୨୬୭ କିଲୋମିଟର ବେଗରେ ଉଡିପାରିବ । ଏହା ମାଧ୍ୟମରେ ଏକ ଜାହାଜ ଉପରେ ଆକ୍ରମଣ କରାଯାଇପାରିବ ଓ ବୁଡ଼ାଜାହାଜକୁ ଖୋଜା ଯାଇ ନଷ୍ଟ କରାଯାଇପାରିବ । ଏହି ହେଲିକପ୍ଟର ଦ୍ୱାରା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇପାରିବ କିମ୍ବା ସମୁଦ୍ରରେ ଅନୁସନ୍ଧାନ କାର୍ଯ୍ୟ କରାଯାଇପାରିବ । ଏହା ମାଧ୍ୟମରେ ବାୟୁରୁ-ଭୂପୃଷ୍ଠକୁ ହେଲଫାୟାର କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ ।

Leave A Reply

Your email address will not be published.