ବାତ୍ୟା ତାଉତେର ମହାତାଣ୍ଡବ : ଅପରେସନ୍‌ ଜାରି, ୬୩୮ ଉଦ୍ଧାର ଏବଂ ଏବେବି ନିଖୋଜ ଅଛନ୍ତି ୯୧ ଜଣ

(କେନ୍ୟୁଜ) : ବାତ୍ୟା ତାଉ-ତେ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟରେ ଫସିଥିବା ଓଏନଜିସିର ୬୩୮ ଜଣ ସୁରକ୍ଷିତ ଉଦ୍ଧାର । ଏବେ ବି ନିଖୋଜ ଅଛନ୍ତି ୯୩ଜଣ । ସେମାନଙ୍କୁ ଠାବ ପାଇଁ ଅଭିଯାନ ଜାରି ରହିଛି । ରେସ୍କ୍ୟୁ ଅପରେସନରେ ନୌସେନାର ୪ ଜାହାଜ, ହେଲିକେପ୍ଟର ସମେତ କୋଷ୍ଟଗାର୍ଡ ନିୟୋଜିତ ଅଛି । ବମ୍ବେ ହୀରା ଫିଲ୍‌ଡ ନିକଟ ସମୁଦ୍ରରେ ବୁଡ଼ିଥିବା ବାର୍ଜ P305 ଜାହାଜର ୯୧ ଜଣ ଏବେ ବି ନିଖୋଜ ଅଛନ୍ତି । ଏଯାଏଁ ୧୮୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଗୁଜରାଟ ଉପକୂଳରେ ବୁଡିଥିବା ଦୁଇଟି ବାର୍ଜରେ ଫସିଥିବା ଓଏନଜିସିର କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ବାର୍ଜ P305 ସମେତ କୋଲାବା ପଏଣ୍ଟରେ ଆଉ ଗୋଟିଏ ବାର୍ଜ ଗଲ୍‌ କନଷ୍ଟ୍ରକ୍ଟରରେ ୧୩୭ ଜଣ ଫସିଥିଲେ । ବାତ୍ୟା ପ୍ରକୋପ କମିବା ପରେ ସମୁଦ୍ର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.