ନ୍ୟୁଜିଲ୍ୟାଣ୍ଡ ପାର୍ଲ୍ୟାମେଣ୍ଟରେ ମାଲାୟାଲାମ ଭାଷଣ, ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ 

ଚଳିତ ସପ୍ତାହର ପ୍ରଥମ ଭାଗରେ ଜଣେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ତାଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଦେବା ଯୋଗ୍ୟକି, ନ୍ୟୁଜିଲାଣ୍ଡ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ୪୧ ବର୍ଷୀୟ ପ୍ରିୟଙ୍କା ରାଧାକ୍ରିଷ୍ଣନ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ । ପ୍ରଧାନମନ୍ତ୍ରୀ ଜେସିକା ଆର୍ଡିନ ନିକଟରେ ୫ ଜଣ ପାର୍ଲ୍ୟାମେଣ୍ଟ ସଦସ୍ୟଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଛନ୍ତି । ଆଉ ଏହି ନୂଆ ଦାୟିତ୍ୱ ପାଇବା ପରେ ପ୍ରିୟଙ୍କାଙ୍କ ଏକ ପୁରୁଣା ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିକୁ ଟ୍ୱିଟରରେ ସେୟାର କରିଛନ୍ତି କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଭିଡିଓଟିର କ୍ୟାପ୍ସନରେ ଲେଖାଯାଇଛିକି, “ଜଣେ

ଭାରତୀୟ ବଂଶୋଦ୍ଭବ ଭାବେ ନ୍ୟୁଜିଲ୍ୟାଣ୍ଡ ସଂସଦରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପ୍ରିୟଙ୍କା” । କହିରଖିବା ଉଚିତ ହେବ କି, ଆଜକୁ ୩ ବର୍ଷ ତଳେ ପ୍ରିୟଙ୍କା ଅର୍ଥାତ ୨୦୧୭ ସେପ୍ଟେମ୍ବର ମାସରେ ଲେବର ପାର୍ଟି ତରଫରୁ ସେ ନ୍ୟୁଜିଲ୍ୟାଣ୍ଡ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । ଆଉ ନିର୍ବାଚିତ ହେବା ପରେ ପାର୍ଲ୍ୟାମେଣ୍ଟରେ ନିଜ ମାତୃଭାଷା ମାଲାୟାଲାମରେ ଦେଶକୁ ଉଦ୍ବୋଧନ ଦେଇଥିଲେ । ପ୍ରିୟଙ୍କା ରାଧାକ୍ରିଷ୍ଣନ ତାମିଲ ନାଡୁ ର ଚେନ୍ନାଇରେ ଜନ୍ମ ନେଇଥିବା ବେଳେ ତାଙ୍କ ପିତାମାତା ହେଉଛନ୍ତି କେରଳର ମୂଳ ବାସିନ୍ଦା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.