ଭାରତୀୟ ମହିଳା ଡାକ୍ତରଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା, ସୁଟକେସରୁ ମିଳିଲା ଶବ

ଭାରତୀୟ ବଂଶୋଦ୍ଭବ ମହିଳା ଡାକ୍ତରଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା । ଏହି ୩୨ ବର୍ଷୀୟା ମହିଳା ଦାନ୍ତ ଡାକ୍ତରଙ୍କ ଶରୀର ସାରା ଛୁରୀ ଆଘାତ ରହିଛି । ତାଙ୍କର ମୃତଦେହ ଏକ ସୁଟ୍କେସ୍ରୁ ମିଳିଛି । ମହିଳା ଡାକ୍ତର ଜଣକ କିଛି ଦିନ ପୂର୍ବରୁ ସିଡନୀରୁ ରହସ୍ୟମୟ ପରିସ୍ଥିତିରେ ଗାୟବ ହୋଇ ଯାଇଥିଲେ। ଗତ ବୁଧବାର ଦିନ ଏହାର ସୂଚନା ପୋଲିସ ଦେଇଥିଲା।
ପୋଲିସଙ୍କ କହିବା ଅନୁଯାୟୀ ପ୍ରୀତି ରେଡ୍ଡୀ ନାମକ ଏହି ମହିଳା ଦାନ୍ତ ଡାକ୍ତରଙ୍କ ଶବ ଇଷ୍ଟର୍ଣ୍ଣ ସିଡନୀ ଷ୍ଟ୍ରୀଟର କାର ପାର୍କିଂ ଇଲାକାରେ ଗୋଟିଏ ସୁଟକେସରୁ ମିଳିଥିଲା। ପ୍ରୀତିଙ୍କ ପୂର୍ବତନ ପ୍ରେମିକଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।
ଶେଷ ଥର ପାଇଁ ରବିବାର ଦିନ ଜର୍ଜ ଷ୍ଟ୍ରୀଟ ମ୍ୟାକଡୋନାଲ୍ଡ ଲାଇନରେ ପ୍ରୀତି ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା। ମଙ୍ଗଳବାର ଦିନ ପୋଲିସକୁ ତାଙ୍କ ଗାଡି ମିଳିଥିଲା। ତାଙ୍କରି ଗାଡି ଭିତରେ ଥିବା ଏକ ସୁଟକେସରୁ ପ୍ରୀତିଙ୍କ ମୃତଦେହ ମିଳିଥିଲା।
ସେ ଦାନ୍ତ ଡାକ୍ତରଙ୍କ ଏକ ସମ୍ମିଳନୀରେ ଯୋଗ ଦେଇଥିଲେ । ରବିବାର ଦିନ ୧୧ଟା ବେଳେ ଘର ଲୋକଙ୍କ ସହିତ ଶେଷଥର କଥା ହୋଇଥିଲେ । କହିଥିଲେ ଟିଫିନ ପରେ ଘରକୁ ଫେରିବେ କିନ୍ତୁ ଯେତେବେଳେ ସେ ଘରକୁ ଫେରିଲେ ନାହିଁ ତେବେ ଯାଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ।