ବିନା କାରଣରେ ଆମେରିକାରେ ଭାରତୀୟ ଛାତ୍ରଙ୍କୁ ନୃଶଂସ ହତ୍ୟା! ରୁମ୍‌ମେଟ ହିଁ ସାଜିଲା ହତ୍ୟାକାରୀ…

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆମେରିକାର ଇଣ୍ଡିଆନାରେ ଭାରତୀୟ ମୂଳର ଜଣେ ଛାତ୍ରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ତାଙ୍କରି ହିଁ ଜଣେ ରୁମମେଟଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୁକ୍ତ ଏବଂ ମୃତ ଛାତ୍ର ସେଠାକାର ପୁର୍ଡ୍ୟୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ପୋଲିସ ଅଧିକାରୀଙ୍କ ମୁତାବକ, ଅଭିଯୁକ୍ତ ନିଜେ ହିଁ ଫୋନ କରି ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ତେବେ ସେ ଭାବିଥିଲେ କି, ସେ ପୋଲିସ କବଳରୁ ବର୍ତ୍ତିଯିବେ, କିନ୍ତୁ ପୋଲିସ କୌଣସି ମତେ ତାଙ୍କ ଯୋଜନାକୁ ବିଫଳ କରି ଘଟଣାର ଖୁଲାସା କରି ଦେଇଛି। ତେବେ ଆପଣ ହତ୍ୟା ପଛର କାରଣ ବିଷୟରେ ଜାଣିଲେ ମଧ୍ୟ ଆହୁରି ଆଶ୍ଚର୍ଯ୍ୟଚକିତ ହୋଇଯିବେ।

ଖବର ମୁତାବକ, ପୁର୍ଡ୍ୟୁ ବିଶ୍ୱବିଦ୍ୟାଳୟର ୨୦ ବର୍ଷୀୟ ଛାତ୍ର ବରୁଣ ମନୀଷଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ରୁମମେଟ ଅତି ନୃଶଂସ ଭାବରେ ହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଥିଲା ଯେ ମନୀଷଙ୍କ ଉପରେ ଏକକାଳୀନ ଅନେକ ଗୁଡ଼ିଏ ଆକ୍ରମଣ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀ ଦକ୍ଷିଣ କୋରିଆର ବୋଲି କୁହାଯାଉଛି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଦକ୍ଷିଣ କୋରିଆର ୨୨ ବର୍ଷୀୟ ଛାତ୍ର ନିଜେ ପୋଲିସକୁ କଲ୍‌ କରି ମନୀଷଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରି ନେଇଛି। ଇଣ୍ଡିଆନାପୋଲିସଠାରୁ ପାଖାପାଖି ୧୦୪ କିଲୋମିଟର ଉତ୍ତର-ପଶ୍ଚିମରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ପୋଲିସ ଅଧିକାରୀଙ୍କ ଅନୁସାରେ, ମନୀଷଙ୍କ ରୁମମେଟ ଉପରେ ପୂର୍ବରୁ ସେପରି କୌଣସି ସନ୍ଦେହ ହୋଇ ନ ଥିଲା। କାହିଁକି ନା, ସେ ନିଜେ ପୋଲିସକୁ କଲ୍‌ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ ଅନୁସନ୍ଧାନ ପରେ ତାଙ୍କ କାର୍ଯ୍ୟକଳାପ ଏବଂ ବୟାନ ସନ୍ଦେହ ଘେରକୁ ଆସିଥିଲା। କଡ଼ାକଡ଼ି ଭାବେ ପଚରାଉଚରା ପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ହତ୍ୟା ପଛରେ କୌଣସି ଠୋସ୍ କାରଣ ନ ଥିଲା। ବିନା କାରଣରେ ହିଁ ସେ ମନୀଷଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା।

କହି ରଖୁଛୁ, ମନୀଷ ଛେଦା ଇଣ୍ଡିଆନାରେ ବଢ଼ିଥିଲେ ଏବଂ ସେ ବିଜ୍ଞାନରେ ଅନେକ ଏକାଡେମିକ୍ ପୁରସ୍କାର ମଧ୍ୟ ଜିତିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ମିଚ ଡେନିୟଲ ବିଶ୍ୱବିଦ୍ୟାଳୟ ଗ୍ରୁପ୍‌କୁ ଲେଖିଥିବା ଏକ ଚିଠିରେ ଏହି ଘଟଣାକୁ ଅତି ଦୁଃଖଦ ବୋଲି କହିଛନ୍ତି। ଏଥି ସହ ଆଶ୍ୱସନା ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ସେମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.