ଭାରତୀୟ ରେଳବାଇ ଜାରି କଲା ନୂଆ ହେଲପଲାଇନ, ଜାଣନ୍ତୁ କଣ ସେହି ସଂଖ୍ୟା

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ନଜର ପୁରୁଣା ହେଲ୍ପଲାଇନ  ନମ୍ବର ବଦଳାଇ ଏକ ତିନଟି ସଂଖ୍ୟା ବିଶିଷ୍ଟ ନମ୍ବର ଜାରି କରିଛି । ମିଳିଥିବା ସୂଚନା ମୁତାବକ ଭାରତୀୟ ରେଳ ବିଭାଗର ଅଭିଯୋଗ ଓ  ଟ୍ରେନ  ଅନୁସନ୍ଧାନ ପାଇଁ ପୂର୍ବରୁ ଥିବା ୧୮୨ ନମ୍ବରକୁ ପରିବର୍ତ୍ତନ କରାଯାଇ ୧୩୯କୁ ପରିବର୍ତ୍ତନ କରାଯାଇଛି।  ଏହି ନମ୍ବରକୁ ଯାତ୍ରୀମାନେ  ଖୁବ୍ ସହଜରେ ମନେରଖିପାରିବେ ବୋଲି ରେଳ ବିଭାଗ ଆଶା ରଖିଛି। ଏହା ବ୍ୟତିତ ୧୮୨ ସମ୍ପୂର୍ଣ୍ଣ ବନ୍ଦ ନକରି ଏହି ନମ୍ବରକୁ  ରେଳ ସୁରକ୍ଷାରେ ବ୍ୟବହାର କରାଯିବ। ଏହି ୧୩୯ ନମ୍ବରରେ IVRS ସିଷ୍ଟମରେ ୧୨ଟି ଭାଷାର ବିକଳ୍ପ ରହିବ। ଏହି ନମ୍ବରଟି ପ୍ରତ୍ୟେକ ମୋବାଇଲରେ ଡାଏଲ କରିପାରିବେ ଯାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.