ଉତ୍ତରପ୍ରଦେଶ : ଗୋଣ୍ଡା ଠାରୁ ଦିବ୍ରୁଗଡ ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ, ହେଲ୍ପଲାଇନ ନମ୍ବର ଜାରି

ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ବଡ ରେଳ ଦୁର୍ଘଟଣା । ଅପରାହ୍ନ ୩ଟାରେ ଚଣ୍ଡୀଗଡ-ଦିବ୍ରୁଗଡ ଏକ୍ସପ୍ରେସ(୧୫୯୦୪) ଲାଇନଚ୍ୟୁତ ହେବାରୁ ୧୨ଟି ବଗି ଟ୍ରାକରୁ ଓଲଟିଛି । ଦୁର୍ଘଟଣା ଝିଲାହୀ ଏବଂ ମୋତିଗଞ୍ଜ ରେଳ ଷ୍ଟେସନ ଠାରୁ ୩ କିମି ଦୂରରେ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ସ୍ଥଳକୁ ସହାୟତା ଟ୍ରେନ ପଠାଯାଇଛି । ଏଥିପାଇଁ ହେଲପଲାଇନ ନମ୍ବର ଜାରି ହୋଇଛି ।
ଦିବ୍ରୁଗଡ ଏକ୍ସପ୍ରେସର ଏସି କୋଚ ଓଲଟିଥିବା ଜଣାପଡିଛି । ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି । ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି । ସେଥିପାଇଁ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଏସଡିଆରଏଫ ଟିମ୍ ସହିତ ରେଳବାଇ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ଏକାଠି ହେବା ପାଇଁ ଆଦେଶ ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏଥିସହ ଅଧିକାରୀମାନଙ୍କୁ ଘଟଣା ଉପରେ ନଜର ରଖିବାକୁ କହିଛନ୍ତି । ପୂର୍ବ ଉତ୍ତର ରେଳବାଇ ପକ୍ଷରୁ ଦୁର୍ଘଟଣା ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପରିଜନ ଲୋକଙ୍କ ପାଇଁ ହେଲ୍ପଲାଇନ ଜାରି କରିଛନ୍ତି ।
ହେଲ୍ପଲାଇନ ନମ୍ବର :
ଫୁକେଟିଂ : ୯୯୫୭୫୫୫୯୬୬
ମାରିୟାନା : ୬୦୦୧୮୮୨୪୧୦
ସିମଲଗୁଡି : ୮୭୮୯୫୪୩୭୯୮
ତିନସୁକିୟା : ୯୯୫୭୫୫୫୯୫୯
ଦିବ୍ରୁଗଡ : ୯୯୫୭୫୫୫୯୬୦
ଗୋଣ୍ଡା: ୮୯୫୭୪୦୦୯୬୫
ଲକ୍ଷ୍ନୌ : ୮୯୫୭୪୦୯୨୯୨
ଶିବାନା : ୯୦୨୬୬୨୪୨୫୧
ଛପରା : ୮୩୦୩୯୭୯୨୧୭
ସେହିପରି ଗୌହ୍ଵାଟୀ ରେଲେଓ୍ଵ ଷ୍ଟେସନର ହେଲପଲାଇନ ନମ୍ବର ଜାରି ହୋଇଛି । ୦୩୬୧-୨୭୩୧୬୨୧, ୦୩୬୧-୨୭୩୧୬୨୨ ଏବଂ ୦୩୬୧-୨୭୩୧୬୨୩ରେ ଫୋନ କରିପାରିବେ । ସେହିପରି କର୍ମସିଆଲ କାମ ପାଇଁ ହେଲ୍ପଲାଇନ ନମ୍ବର ୯୯୫୭୫୫୫୯୮୪ ରହିଛି ।