ଟିକା ନ ନେଲେ ଆଉ କରିପାରିବେ ନାହିଁ ଟ୍ରେନ ଯାତ୍ରା, ରେଳବାଇ ଆଣିଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଭୂତାଣୁ ବୃଦ୍ଧି ପାଉଥିବାରୁ ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି। ବାସ୍ତବରେ, ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। କରୋନାଭାଇରସ୍ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଏହାର ନିୟମକୁ କଡାକଡି ପାଳନ କରୁଛନ୍ତି। ପୁଣି ଥରେ କରୋନାର ତୃତୀୟ ଲହର ବ୍ୟାପିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପୁଣି ଥରେ କୋଭିଡର ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛି।
ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସମସ୍ତ ରାଜ୍ୟ ସରକାର ନିଜ ନିଜ ସ୍ତରରେ ପ୍ରତିବନ୍ଧକ ଲଗାଉଛନ୍ତି। ସଂକ୍ରମଣ ବୃଦ୍ଧି ହେତୁ ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଏବଂ ୱିକେଣ୍ଡ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏଥିସହିତ ରେଳବାଇ ଏବଂ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ କେତେକ ରାଜ୍ୟରେ ନିର୍ଦ୍ଦେଶାବଳୀ ଦିଆଯାଇଛି। ଏହା ଅଧୀନରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ ନିଷ୍ପତ୍ତି ନେଇଛି।
ଦକ୍ଷିଣ ରେଳବାଇ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଛି । ଟ୍ରେନରେ ‘ନୋ ଭ୍ୟାକ୍ସିନ୍, ନୋ ଏଣ୍ଟ୍ରି’ ପଲିସି ଗାଇଡଲାଇନ୍ ଆଣିଛି ରେଳବାଇ । ଏହି ନୂଆ ଗାଇଡଲାଇନ୍ ଅନୁଯାୟୀ, ଟିକା ନେଇନଥିବା ବ୍ୟକ୍ତିଙ୍କୁ ଟ୍ରେନରେ ଯାତ୍ରା କରିବାର ଅନୁମତି ମିଳିବ ନାହିଁ । ଅର୍ଥାତ୍ ଟ୍ରେନ୍ ଯାତ୍ରା ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ସବୁଠୁ ବଡ କଥା ହେଉଛି ସିଂଗଲ ଡୋଜ୍ ନେଇଥିବା ଲୋକଙ୍କୁ ବି ଟ୍ରେନରେ ଯାତ୍ରା କରିବାର ସୁଯୋଗ ମିଳିବ ନାହିଁ । ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତି ହିଁ ଟ୍ରେନରେ ଯାତ୍ରା କରିପାରିବେ ।
ରେଳବାଇ ଏହି ମଧ୍ୟ କହିଛି କି, କରୋନା ଗାଇଡଲାଇନକୁ ମାନିବା ବାଧ୍ୟତାମୂଳକ । ଟ୍ରେନ୍ ଟିକେଟ୍ କରିବା ସମୟରେ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ । ଯେଉଁ ଯାତ୍ରୀଙ୍କ ପାଖରେ ସାର୍ଟିଫିକେଟ୍ ଥିବ ସେହିମାନଙ୍କର ଟିକେଟ୍ ଜାରି କରାଯିବ। ଦିକ୍ଷିଣ ରେଳବାଇର ଏହି ଗାଇଡଲାଇନକୁ ଦେଖି ଅନ୍ୟ ରେଳବାୟୀ ବି ଏହି ନିୟମକୁ ଲାଗୁ କରିପାରନ୍ତି।