ବରଫ ଆଚ୍ଛାଦିତ ଷ୍ଟେସନଗୁଡ଼ିକର ଅଦ୍ଭୁତ ମନଲୋଭା ଦୃଶ୍ୟ ସେୟାର କଲା ଭାରତୀୟ ରେଲୱେ; ଥରେ ଆପଣ ବି ନଜର ପକାନ୍ତୁ…

ବର୍ତ୍ତମାନ ଉତ୍ତର ଭାରତ ଶୀତ ଲହରୀର ସାମ୍ନା କରୁଛି। କାଶ୍ମୀର ଏବଂ ହିମାଚଳ ପ୍ରଦେଶ ସମେତ ଅନେକ ପର୍ଯ୍ୟଟନ ସ୍ଥଳୀରେ ତୁଷାରପାତ ହୋଇଛି। ତୁଷାରରେ ଆଚ୍ଛାଦିତ ହୋଇଥିବା ଅଞ୍ଚଳର ସୁନ୍ଦର ଦୃଶ୍ୟ ଦେଖିବା ବେଶ୍ ମନ୍ତ୍ରମୁଗ୍ଧକର ହୋଇଥାଏ। ନିକଟରେ ରେଳ ମନ୍ତ୍ରଣାଳୟ ଟ୍ୱିଟରରେ ବରଫ ଆଚ୍ଛାଦିତ ରେଳ ଷ୍ଟେସନଗୁଡ଼ିକର ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର କରିଛି। ଭିଡିଓଗୁଡିକ ସୋସିଆଲ ମିଡିଆ ୟୁଜରଙ୍କ ଧ୍ୟାନ ଆକର୍ଷଣ କରିଛି। ସମସ୍ତେ ଏଥିରେ ମନ୍ତ୍ରମୁଗ୍ଧ ହୋଇଛନ୍ତି।
ରେଳ ମନ୍ତ୍ରଣାଳୟ ଜମ୍ମୁ-କଶ୍ମୀରର ବାରାମୂଲା-ବନିହାଲ ଖଣ୍ଡରେ ବରଫ ଆଚ୍ଛାଦିତ ସଦୁରା ରେଳ ଷ୍ଟେସନର ଭିଡିଓ ପୋଷ୍ଟ କରିଛି। ଏଥିରେ ଏକ ଟ୍ରେନ ପ୍ରବେଶ କରୁଥିବାର ଆପଣ ଦେଖି ପାରିବେ। ଭିଡିଓରେ ବରଫରେ ଆଚ୍ଛାଦିତ ଷ୍ଟେସନକୁ ଦେଖା ଯାଇଛି ଏବଂ କିଛି କ୍ଷଣ ଭିତରେ ଏକ ଟ୍ରେନ୍ ଷ୍ଟେସନ ଦେଇ ଯାଉଛି। ସେହିପରି ଜମ୍ମୁ-କାଶ୍ମୀର ଷ୍ଟେସନ ବରଫର ଏକ ମୋଟା ଚାଦରରେ ଆବୃତ ହୋଇଥିବାର ଦେଖିବାକୁ ମିଳୁଛି। ଟ୍ରେନ୍ ମଧ୍ୟ ବରଫରେ ଢାଙ୍କି ହୋଇ ରହିଛି।
ଆଉ ଏକ ଟ୍ୱିଟରେ ରେଳ ମନ୍ତ୍ରଣାଳୟ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ କାଲକାରୁ ଶିମଲା ମଧ୍ୟରେ ଏକ ଟ୍ରେନ୍ ଯାଉଥିବାର ଦେଖିବାକୁ ମିଳୁଛି। ଭିଡିଓରେ ଷ୍ଟେସନ ବରଫ ଆଚ୍ଛାଦିତ ହୋଇଥିବାର ଦେଖାଯାଇ ପାରିବ। ଏଥିରେ ବିଶେଷ ଯାତ୍ରୀ ଟୟ ଟ୍ରେନକୁ କାଲକା-ଶିମଲା ମାର୍ଗରେ ତାରାଦେବୀ ଷ୍ଟେସନ ନିକଟସ୍ଥ ଏକ ଟନେଲ ଦେଇ ଯାଉଥିବାର ଦେଖା ଯାଉଛି। ରେଳ ମନ୍ତ୍ରଣାଳୟ ଏହି ସ୍ଥାନଗୁଡ଼ିକ ଉପରେ ଗୁରୁତ୍ୱ ଦେଇ କହିଛି ଯେ ଟନେଲ ନମ୍ବର ୯୧ ୟୁନେସ୍କୋ ଦ୍ୱାରା ଘୋଷିତ ଐତିହ୍ୟ କାଲକା-ଶିମଲା ମାର୍ଗରେ ରହିଛି।
କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ବନିହାଲ ରେଳ ଷ୍ଟେସନର ଏକ ଭିଡିଓ ସେୟାର କରିଛନ୍ତି। କ୍ୟାପସନରେ ମନ୍ତ୍ରୀ ରାଓସାହେବ ପାଟିଲ କହିଛନ୍ତି, ରେଳ ଯାତ୍ରୀଙ୍କ ଯାତ୍ରାକୁ ସୁଗମ ତଥା ସୁନିଶ୍ଚିତ କରିବା ପାଇଁ ସ୍ନୋ କଟର ଷ୍ଟେସନରେ ବରଫ ସଫା କରୁଛି। ଭିଡିଓରେ ଜମ୍ମୁ-କାଶ୍ମୀରର ବରଫ ଆଚ୍ଛାଦିତ ଷ୍ଟେସନରେ ସ୍ନୋ କଟର ବରଫ ସଫା କରୁଥିବାର ଦେଖାଯାଇ ପାରିବ।
ନେଟିଜନ୍ସ ଏହାକୁ ‘ସୁନ୍ଦର’ ବୋଲି କହିଛନ୍ତି
ଭିଡିଓଗୁଡିକ ସୋସିଆଲ ମିଡିଆ ୟୁଜରଙ୍କ ଧ୍ୟାନ ଆକର୍ଷଣ କରିଛି। ସେମାନେ କ୍ଲିପ୍ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ସୁପର ନୈସର୍ଗିକ ରୂପରେ ସୁନ୍ଦର ରନ୍’। ଅନ୍ୟ ଜଣେ ୟୁଜର କହିଛନ୍ତି, ‘ବହୁତ ସୁନ୍ଦର’। ଅନ୍ୟ ଜଣେ ନେଟିଜନ୍ ଲେଖିଛନ୍ତି, ‘ଓ୍ଵାନ୍ସ ଇନ ଏ ଲାଇଫ୍ ଟାଇମ୍ ଜର୍ନି’।
The breathtaking view of the snow clad train entering snow covered Sadura Railway Station at Baramulla – Banihal section. pic.twitter.com/4hrzLWFfD4
— Ministry of Railways (@RailMinIndia) January 11, 2022
विश्व प्रसिद्ध कालका-शिमला रेल रूट का मनमोहक दृश्य:
यूनेस्को द्वारा घोषित हेरिटेज ‘कालका-शिमला’ रूट पर तारादेवी स्टेशन के नजदीक सुरंग संख्या 91 से गुजरती हुई स्पेशल पैसेंजर टॉय ट्रेन सैलानियों के आकर्षण का केंद्र बनी हुई है। pic.twitter.com/AdsJp79Arv
— Ministry of Railways (@RailMinIndia) January 11, 2022
जम्मू-कश्मीर के बनिहाल स्टेशन पर बर्फ से ढँकी पटरियों को साफ करता स्नो कटर।
रेल यात्रियों के निर्बाध आवाजाही के लिए भारतीय रेल सदैव तत्पर है।@RailMinIndia pic.twitter.com/vqTydIM490— Raosaheb Patil Danve (@raosahebdanve) January 11, 2022