ଯମୁନାରେ ସୃଷ୍ଟି ହେଉଛି ବିପଦ, ଜଳଜୀବ ସହ ମାନବ ସ୍ୱାସ୍ଥ୍ୟ ପାଇଁ ଗୁରୁତର ହୋଇପାରେ ଯମୁନା ପାଣି

ଦେଶର ୧୧ଟି ନଦୀରେ ଆଣ୍ଟିବାୟୋଟିକ ସ୍ତର ଯାଞ୍ଚ କରିଥିବା ମେନେସ ଅଫ ଅଣ୍ଡିଆନ ରିଭର ରେ ଆଣ୍ଟିବାୟୋଟିକ ପ୍ରଦୂଷଣ ନାମକ ଏହି ଅଧ୍ୟୟନରେ ତିନୋଟି ନଦୀରେ ସ୍ତର ଅଧିକ ରହିଛି । ସେମଧ୍ୟରେ ରହିଛି ଗୋମତି ନଦୀ, ଜୁଆରି ନଦୀ ଓ କୁମ । ଏହି ଅନୁସନ୍ଧାନରେ ଏସବୁ ନଦୀଗୁକରେ ତିନୋଟି ଯେପରିକି ଆଣ୍ଟିବାୟୋଟିକ ଅଫ୍ଲୋକ୍ସାସିନ, ସଲଫାମେଟୋକ୍ସାଜୋଲ ଏବଂ ନର୍ଫୋକ୍ସାସିନ ଦେଖିବାକୁ ମିଳିଥିଲା । ଯାହା କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ଡ୍ରାଫ୍ଟ ବିଜ୍ଞପ୍ତି ଠାରୁ ପ୍ରାୟ ଦୁଇ ପାଞ୍ଚଗୁଣ ଅଧିକ ।

ଯମୁନାରେ ଅଧିକ ପରିମାଣରେ ଫାର୍ମାସ୍ୟୁଟିକାଲ ଆଣ୍ଟିବାୟୋଟିକ ମିଳିଛି । ଯାହା ଜଳଜୀବ ତଥା ମାନବ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଚି କରିଥାଏ ଏବଂ ସମ୍ଭବତ ଏହି ଆଣ୍ଟି ମାଇକ୍ରୋବାୟଲ ପ୍ରତିରୋଧକତା ବା ଏଏମଆର ଏନଜିଓ ଟକ୍ସିସ ଲିଙ୍କ ଦ୍ୱାର କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଯମୁନାରେ ସିପ୍ରୋପ୍ଲୋକ୍ସାସିନ ଏବଂ ନର୍ଫ୍ଲୋକ୍ସାସିନ ମିଳିଥିବା ବେଳେ ଅଧ୍ୟୟନରୁ ଜମାପଡିଛି କି ଏହାର ସ୍ତର ଯଥାକ୍ରମେ ୦.୦୨ ଓ ୦.୨ ରହିଛି । କିନ୍ତୁ ଯେଉଁସବୁ ନଦୀଗୁଡିକରେ ଏହି ଆଣ୍ଚିବାୟୋଟିକ ମିଳିନଥିଲା ସେଗୁଡିକ ହେଲା ସାବରମତୀ ନଦୀ, ମହାନଦୀ, କାଲି , ସରସଡା, ଗଙ୍ଗା , ଗାରଗଙ୍ଗା ଓ ପାଟାଲଗଙ୍ଗା ।

ଆଣ୍ଟିବାୟୋଟିକ, ଜୀବନ ରକ୍ଷାକାରୀ ୱୋଷଧ ଏବଂ ମାନବ ସ୍ୱାସ୍ଥ୍ୟର ସୁସ୍ଥତା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅବଶ୍ୟ ଫାର୍ମାସ୍ୟୁଟିକାଲ ଶିଳ୍ପରୁ ନିର୍ଗତ ହେଉଥିବା ଆଣ୍ଟିବାୟୋଟିକ ପାଇଁ ନିର୍ଦ୍ଧିଷ୍ଟ ବ୍ୟବହାର ଏବଂ ନିୟାମକ ମାନର ଅଭାବ ନଦୀରେ ଆଣ୍ଟିବାୟୋଟିକ ପ୍ରଦୂଷଣରେ ସହାୟକ ହେଉଛି କିନ୍ତୁ ଆଣ୍ଟିବାୟୋଟିକ ପ୍ରଦୂଷଣର ଏହି ବୃଦ୍ଧି ଦାରା ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ ମଧ୍ୟ ରହିଛି । ଯାହା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧର ବିକାଶ ଭଳି ବହୁ ପରିଣାମ ଆଣିପାରେ ବୋଲି ଟକ୍ସିସ ଲିଙ୍କର ପରିଷ୍ଠ କାର୍ଯ୍ୟକ୍ରମ ସଂଯୋଜକ ପୀୟୁଷ ମହାପାତ୍ର କହିଛନ୍ତି । ଭାରତୀୟ ନଦୀଗୁଡିକ ପ୍ରଦୂଷିତ ହେବାରେ ଲାଗିଛି । ସମଗ୍ର ଦେଶରେ ଏହି ଆଣ୍ଟିବାୟୋଟିକ ଉତ୍ପାଦନ ଓ ବ୍ୟବହାର ହେତୁ ଏହା ଆଣ୍ଟିବାୟୋଟିକ ଦ୍ୱାରା ପ୍ରଦୂଷିତ ବୋଲି ସେ କହିଛନ୍ତି ।

ସର୍ବଭାରତୀୟ ସ୍ତରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଏମଆର କୁ ୧୦ଟି ଗ୍ଲୋବାଲ ପବ୍ଲିକ ହେଲ୍ଥ ଥ୍ରେଟସ ଭିତରେ ଗୋଟିଏ ବୋଲି ଘୋଷଣା କରିସାରିଛି । ଯାହା ମଣିଷ ଉପରେ ପ୍ରଭାବ ପକାଇବ ।ବଡକଥା ହେଲା ଯେଉଁଠାରେ ଆଣ୍ଚିବାୟୋଟିକ ଅବଶିଷ୍ଟାଂଶ ଚିହ୍ନଟ କରାଯାଇଥିଲା , ସେହି ସ୍ଥାନ ଗୁଡିକ ପ୍ରମୁଖ ୱୌଷଧ ଶିଳ୍ପ ହବ ଗୁଡିକର ନକଟତର ନୁହେଁ । ତେଣୁ ଏହି ନଦୀରେ ଆଣ୍ଟିବାୟୋଟିକ ଅବଶିଷ୍ଟାଂଶର ଉତ୍ସ ଉପରେ ଉଦ୍ୱେଗ ପ୍ରକାଶ ପାଇଛି ଯାହା ଉଭୟ ଚିକିତ୍ସା ତଥା ବିଶୋଧିତ ସ୍ୱରେଜ ହୋଇପାରିବ ନାହିଁ ବୋଲି ଟକ୍ସିସ ଲିଙ୍କର ସହଯୋଗୀ ନିର୍ଦେଶକ ସତୀଶ ସିହ୍ନା କହିଛନ୍ତି । ତାସହ ସମ୍ବାବ୍ୟ ଉତ୍ସ ଗୁଡିକୁ ଖୋଜିବାକୁ ମଧ୍ୟ କହିଛନ୍ତି ସତୀଶ ।

You might also like