ବରଫ ପାହାଡରୁ ଆରମ୍ଭ କରି ମରୁଭୂମି ପର୍ଯ୍ୟନ୍ତ… ୧୫ ହଜାର ଫୁଟ ଉଚ୍ଚରେ ଯୋଗ କରୁଛନ୍ତି ଯବାନ

ସମଗ୍ର ବିଶ୍ୱରେ ଆଜି ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗର ଡାଲ ହ୍ରଦ ନିକଟରେ ଯୋଗ କରିଛନ୍ତି । ଯୋଗ ଦିବସରେ ଭାରତୀୟ ଯବାନ ବରଫ ପାହାଡ ଠାରୁ ଆରମ୍ଭ କରି ରାଜସ୍ଥାନର ଗରମ ବାଲିରେ ମଧ୍ୟ ଯୋଗ କରିଛନ୍ତି । ଆଇଟିବିପିର ଯବାନ ସିକ୍କିମର ମୁଗୁଥାଙ୍ଗର ସେକ୍ଟରରେ ୧୫ ହଜାରରୁ ଅଧିକ ଫୁଟ ଉଚ୍ଚରେ ଯୋଗ କରିଛନ୍ତି । ଲେହର କରଜୋକ ଏବଂ ପେଙ୍ଗାଙ୍ଗରେ ମଧ୍ୟ ଯବାନ ଯୋଗ କରିଛନ୍ତି । ଏତେ ଉଚ୍ଚରେ ଯବାନ ଯୋଗ କରୁଥିବାର ଫଟୋ ଓ ଭିଡିଓ ଭାଇରଲ ହେଉଛି ।

ଅନ୍ତର୍ଜାତୀୟ ଯୋଗ ଦିବସରେ ଭାରତୀୟ ସେନା ଯବାନ ଉତ୍ତର ସୀମାରେ ବରଫ ପାହାଡରେ ଯୋଗ କରିଛନ୍ତି । ଯେଉଁଠାରେ ଯବାନ ଯୋଗ କରିଛନ୍ତି, ସେଠାରେ ଚାରିଆଡେ ବରଫରେ ଆଚ୍ଛାଦିତ ସମତଳ ଦେଖିବାକୁ ମିଳିଛି । ପାହାଡରେ ପ୍ରବଳ ଥଣ୍ଡାରେ ଯବାନ ଯୋଗ କରିଛନ୍ତି ।

ପୂର୍ବ ଲଦାଖରେ ମଧ୍ୟ ଯବାନ ଯୋଗ କରିଛନ୍ତି । ଯବାନ ପୁରା ବାଟାଲିୟମ ସହିତ ଯୋଗ କରିଥିବାର ନଜର ଆସିଛନ୍ତି । ସେହିପରି ରାଜସ୍ଥାନ ବର୍ଡରରେ ଯବାନ ମାନେ ଟିମ୍‌ ସହିତ ସକାଳୁ ସକାଳୁ ଯୋଗ କରି ଶୁଭେଚ୍ଛା ଦେଇଛନ୍ତି ।

ଜମ୍ମୁ କାଶ୍ମୀର ଶ୍ରୀନଗର ଡାଲ ହ୍ରଦ ନିକଟରେ ହଜାର ହଜାର ଲୋକଙ୍କ ସହିତ ଯୋଗ କରିଥିଲେ । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ‘ ସ୍ଵୟଂ ଏବଂ ସମାଜ ପାଇଁ ଯୋଗ ‘। ସୁସ୍ଥ ଏବଂ ସନ୍ତୁଳିତ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ ଯୋଗ ।

ପ୍ରଧାନମନ୍ତ୍ରୀ ଯୋଗ କରିବା ପରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ଫଟୋ ନେଇଛନ୍ତି । ମୋଦିଙ୍କ ସହିତ କାଶ୍ମୀର ମହିଳା ଫଟୋ ନେବା ସମୟରେ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସମ୍ବନ୍ଧିତ କରି କହିଛନ୍ତି, ଆଜି ସମଗ୍ର ଦୁନିଆରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯୋଗ ପ୍ରତି ଲୋକଙ୍କ ଆକର୍ଷଣ ଦିନକୁ ଦିନ ବଢୁଛି । ଆଜି କାଶ୍ମୀର ମାଟିରୁ ସମଗ୍ର ବିଶ୍ୱର ଲୋକଙ୍କୁ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଶୁଭେଚ୍ଛା ଜଣାଉଛି ।

Leave A Reply

Your email address will not be published.