କାନାଡାରେ ଭାରତୀୟ ଛାତ୍ରୀଙ୍କୁ ହତ୍ୟା, ବସ୍ ଷ୍ଟପରେ ଗୁଳିମାରିଲେ ଦୁର୍ବୃତ୍ତ

କାନାଡାରେ ଭାରତୀୟଙ୍କୁ ହତ୍ୟା ଖବର ବାରମ୍ବାର ସାମ୍ନାକୁ ଆସୁଛି । ଗତ କିଛିଦିନ ତଳେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା ଆଉ ଏବେ କାନାଡାରେ ଜଣେ ଭାରତୀୟ ଛାତ୍ର୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଛାତ୍ରୀ ଜଣକ କାମକୁ ଯାଉଥିବା ବେଳେ ଗୁଳି ମାଡ଼ କରାଯାଇଥିଲା । ଛାତ୍ରୀଙ୍କ ବୟସ ୨୧ ବର୍ଷ ବୋଲି ଜଣାପଡିଛି । ସେ ଘରୁ ବାହାରି ବସ୍ ଷ୍ଟାଣ୍ଡରେ ବସ୍ ପାଇଁ ଅପେକ୍ଷା କରିଥିଲା । ଏହି ସମୟରେ ଛାତ୍ରୀଙ୍କ ସାମ୍ନାରୁ ଏକ କାର ଆସିଥିଲା ଆଉ କାରରେ ବସିଥିବା ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଲେ।
ମୃତ ଛାତ୍ରୀଙ୍କ ନାମ ହରସିମରତ ରନ୍ଧାୱା, ସେ କାନାଡାର ଓଣ୍ଟାରିଓର ମେହକ୍ କଲେଜରେ ପଢ଼ୁଥିଲେ । ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି । ଏହି ମାମଲାରେ ଭାରତୀୟ ଦୂତାବାସ ସହାୟତା କରିବାକୁ ଭରସା ଦେଇଛି ।
ହରସିମରତ ରନ୍ଧାୱାଙ୍କ ହତ୍ୟା ବିଷୟରେ ସୂଚନା ଦେଇ ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ ଅଣ୍ଟାରିଓର ହାମିଲଟନରେ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ମୃତ୍ୟୁରେ ଆମେ ଗଭୀର ଦୁଃଖିତ।
ପୋଲିସ କହିଛି ଯେ ସେମାନେ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ହାମିଲଟନର ଉପର ଜେମ୍ସ ଅଞ୍ଚଳରେ ଗୁଳିକାଣ୍ଡ ହୋଇଥିବା ଖବର ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳେ ଭାରତୀୟ ଛାତ୍ର ଜଣକ ଆହତ ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା । ତେବେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୋଜିବା ଜରି ରଖିଛି ।
Also Read : ମଝି ଆକାଶରେ ବିମାନକୁ ହାଇଜ୍ୟାକ କରିବାକୁ ଉଦ୍ୟମ, ଅପହରଣକାରୀକୁ ବିମାନରେ ଗୁଳିମାରିଲେ ଯାତ୍ରୀ