ଗତ ୯ବର୍ଷ ମଧ୍ୟରେ ୨,୮୬୬ ନିରାଶ୍ରୟା ଯୁବତୀଙ୍କ କନ୍ୟାଦାନ , ସମାଜ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ : ଜାଣନ୍ତୁ କିଏ ସେ ମହାନ୍ ବ୍ୟକ୍ତି
ଆଜିକାଲିର ସ୍ବାର୍ଥ ଦୁନିଆରେ ନିଜ ଲୋକଙ୍କ ପାଇଁ ସମୟ ବାହାର କରିବା ଅତି କଷ୍ଟକର । ସମୟ ତ ଦୂରର କଥା ନିଜ ବାପା ମା’ଙ୍କୁ ଆଶ୍ରୟ ଦେବା ପାଇଁ ଜନ୍ମକଲା ପିଲା ଭୁଲିଯାଉଛନ୍ତି ସେମାନଙ୍କ କର୍ତ୍ତବ୍ୟ । ଏହି ସବୁ ଭିତରେ ଏମିତି ଏକ ମଣିଷଙ୍କ କଥା ଆଜି ଆମେ କହିବୁ ଯିଏ ନିଜ ପରିବାର କଥା ବୁଝିବା ସହିତ ଏମିତି କିଛି ଦାୟିତ୍ବ ସମ୍ପାଦନ କରୁଛନ୍ତି ଯାହା ସମାଜ ପାଇଁ ଏକ ଉଦାହରଣ । କନ୍ୟା ମାନଙ୍କ ପ୍ରତି ସମ୍ମାନ ଆଉ ଝିଅ ମାନେ କିପରି ସୁରକ୍ଷିତ ରହିବେ ସେଥିପାଇଁ ସରକାର ବିଭିନ୍ନ ଆଇନ୍ ପ୍ରସ୍ତୁତ କରୁଛନ୍ତି । ହେଲେ କନ୍ୟା ମାନଙ୍କ ପାଇଁ ଏମିତି କିଛି କାମ କରି ଆଜି ଲୋକଲୋଜନକୁ ଆସିବାର ଭାଗ୍ୟ ଅର୍ଜନ କରିଛନ୍ତି ହୀରା ବ୍ୟବସାୟୀ ମହେଶଭାଇ ସଓ୍ଵାନୀ ।
ନିରାଶ୍ରୟା ଯୁବତୀମାନଙ୍କୁ ନିଜ ଝିଅ ବୋଲି ଭାବିବା ସହ ହୀରା ବ୍ୟବସାୟୀ ମହେଶଭାଇ ସଓ୍ଵାନୀ ଡ଼ିସେମ୍ବର ୨୩ରେ ୨୬୧ଜଣ ନିରାଶ୍ରୟା ଯୁବତୀଙ୍କ କନ୍ୟାଦାନ କରିଛନ୍ତି । ୨୬୧ଜଣଙ୍କ ମଧ୍ୟରେ ୬ଜଣ ମୁସ୍ଲିମ୍ ଏବଂ ୩ଜଣ ଇସାଇ ଯୁବତୀ ଥିବା ଜଣାପଡ଼ିଛି । ଏହା ପ୍ରଥମ ନୁହେଁ, ଗତ ୯ବର୍ଷ ମଧ୍ୟରେ ସେ ୨,୮୬୬ ନିରାଶ୍ରୟା ଯୁବତୀମାନଙ୍କର କନ୍ୟାଦାନ କରି ସାରିଥିବା ଜଣା ପଡ଼ିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ହୀରା ବ୍ୟବସାୟୀ ମହେଶଭାଇ ସଓ୍ଵାନୀଙ୍କ କହିବା ଅନୁଯାୟୀ, ବିବାହ କରିବା ପରେ ମଧ୍ୟ ସେମାନଙ୍କ ସବୁ ଦାୟିତ୍ୱ ମୁଁ ନେଇଥାଏ । ତାଙ୍କର ଯାହା ବି ଦରକାର ସବୁ ମୁଁ ପୂରା କରିବା ପାଇଁ ଚେଷ୍ଟା କରିଥାଏ । ସେମାନଙ୍କ ପିଲାଙ୍କ ଜନ୍ମଠାରୁ ଆରମ୍ଭ କରି ପାଠ ପଢ଼ା, ଚିକିତ୍ସା ଏବଂ ପୋଷାକ ପିନ୍ଧିବା ପର୍ୟ୍ୟନ୍ତ ଯେତିକି ସମ୍ଭବ ମୁଁ କରିଥାଏ । ଏହା ସହ ସବୁ ସରକାରୀ ଯୋଜନାର ଲାଭ ସେମାନେ କେମିତି ନେବେ ସେ ନେଇ ମଧ୍ୟ ମୁଁ ଚେଷ୍ଟା ଜାରି ରଖିଥାଏ । ଏହା ସେମାନଙ୍କ ବରମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ମୁଁ ଚେଷ୍ଟା ଜାରି ରଖିଥାଏ ବୋଲି ସେ କହିଛନ୍ତି ।