ବଦଳିଲା ଭିଭିଆଇପିଙ୍କ ଏୟାରକ୍ରାଫଟ ମଡେଲ, ଏଣିକି Boeing 777-300 ERରେ କରିବେ ସୁରକ୍ଷିତ ଯାତ୍ରା

ଭିଆଇପି ଏୟାରକ୍ରାଫ୍ଟ ଏୟାର ଇଣ୍ଡିଆ ୱନ (AI -160) ଦିଲ୍ଲୀ ଆନ୍ତର୍ଜାତୀକ ଏୟାର ପୋର୍ଟରେ ଅବତରଣ କରିଛି । ଏହି ଏୟାରକ୍ରାଫଟରେ ଅତ୍ୟାଧୁନିକ ସୁବିଧା ମାନ ସହ ଏକ ବିଶେଷ ଯୋଗାଯୋଗ ସିଷ୍ଟମର ସୁବିଧା ରହିଛି । କୌଣସି ହ୍ୟାକ କିମ୍ବା ଟାପ ହୋଇନଥିଲେ ମଧ୍ୟ ଏହି ସୁରକ୍ଷିତ କମ୍ୟୁନିକେସନ ଫ୍ୟାସିଲିଟି ମଝି ଆକାଶରେ ଅଡିଓ ଓ ଭିଡିଓ ଯୋଗାଯୋଗର ସୁବିଧା ଉପଲବ୍ଧ କରାଇବ । ଏହି ନୂଆ ମଡେଲର ଭିଆଇପି ଏୟାରକ୍ରାଫଟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଯାତ୍ରା କରିବେ ବୋଲି ଜଣାଯାଇଛି । ଏହି ସ୍ୱତନ୍ତ୍ର ଏୟାର କ୍ରାଫଟ ଟେକ୍ସସ ରୁ ଦିଲ୍ଲୀ ଯାଏଁ ୧୩୦୦୦ କିମି ପର୍ଯ୍ୟନ୍ତର ଲମ୍ବା ଦୂରତା ଅତିକ୍ରମ କରି ରାଜଧାନୀ ଦିଲ୍ଲୀରେ ଅପରାହ୍ନ ୩ ଟା ସମୟରେ ଅବତରଣ କରିଛି ।

ଏହି ବିମାନଟିକୁ ଆମେରିକାର ଡ଼ଲାସ ସହରରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ଉନ୍ନତ ସୈନ୍ୟ ରକ୍ଷା ପ୍ରଣାଳୀ ସହ ଏକ ପୁନଃନିର୍ମିତ କ୍ୟାବିନ ସଂଯୋଗ କରାଯାଇଛି । ଏଥିରେ ବାୟୁସେନା ପରି ଉନ୍ନତ ରକ୍ଷା ପ୍ରଣାଳୀ ମାନ ଥିବାରୁ ଏହାକୁ ବିଶ୍ୱର ସବୁଠୁ ସୁରକ୍ଷିତ ବିମାନ ଭାବେ ଗଣା ହେଉଛି । ପୂର୍ବରୁ ଏହି ଧରଣର ବିମାନରେ ଆମେରିକା ରାଷ୍ଟ୍ରପତି ମାନେ ହିଁ ଯାତ୍ରା କରୁଥିଲେ ।  ଦୀର୍ଘ ୨୫ ବର୍ଷ ଧରି ଭିଭିଆଇପି ଡ୍ୟୁଟିରେ ଉପଯୋଗ ହୋଇ ଆସୁଥିବା 747 – 400 ବଦଳରେ ଏଣିକି Boeing 777-300 ERକୁ ବ୍ୟବହାର କରାଯିବ । ମିଳିଥିବା ଖବର ଅନୁଯାୟୀ ୨୦୧୮ରେ ପ୍ରଥମେ ଏହାକୁ ଡେ଼ଲିଭର କରାଯାଇଥିବା ବେଳେ ଅପଗ୍ରେଡେସନ ବା ଉନ୍ନତିକରଣ ପାଇଁ ଏହାକୁ ଫେରାଇ ଦିଆଯାଇଥିଲା ।

ଏହି ବିମାନରେ ଦୁଇଟି GE 90-115 ଇଂଜିନ ଖଞ୍ଜା ଯାଇଥିବା ବେଳେ ଘଣ୍ଟା ପ୍ରତି ୯୦୦ କିମି ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବାର କ୍ଷମତା ରହିଛି । ଯଦି ବା ମଝି ରାସ୍ତାରେ କୌଣସି ଦୁର୍ଘଟଣା ଘଟେ ତେବେ ଏଥିରେ ଥିବା ଲାରଜ ଏୟାରକ୍ରାଫଟ ଇନ୍ଫ୍ରାରେଡ କାଉଣ୍ଟରମେଜର ଓ ସେଲ୍ଫ ପ୍ରୋଟେକ୍ସନ ସୁଟସ ସିଷ୍ଟମ ଯାତ୍ରୀ ମାନଙ୍କୁ ସୁରକ୍ଷା ଦେବ ବୋଲି ଏହାର ନିର୍ମାତା ମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.