ବିଦେଶରେ ଫସିଥିବା ଭାରତୀୟଙ୍କୁ ୭ ମଇ ରୁ ପର୍ଯ୍ୟାୟ କ୍ରମେ ଅଣାଯିବ ଦେଶକୁ, େଓ୍ଵବ୍‌ସାଇଟ୍‌ରେ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବିବରଣୀ

ନୂଆଦିଲ୍ଲୀ : ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ମଇ ୭ ତାରିଖରୁ ପର୍ଯ୍ୟାୟ କ୍ରମେ ଦେଶକୁ ଅଣାଯିବ । ସରକାର ବିମାନ କିମ୍ବା ଜାହାଜ ସାହାଯ୍ୟରେ ନାଗରିକମାନଙ୍କୁ ଆଣିବେ ବୋଲି କେନ୍ଦ୍ର ଘରୋଇ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

ଭାରତୀୟ ଦୂତାବାସ ଏହାର ଏକ ତାଲିକା ପ୍ରସ୍ତୁତ କରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏଥିପାଇଁ ନାଗରିକଙ୍କୁ ଭାରତୀୟ ଦୁତାବାସ ସହ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ବିମାନ ଯାତ୍ରା ପୂର୍ବରୁ ସେମାନଙ୍କର ମେଡ଼ିକାଲ ସ୍କ୍ରିନିଂ କରାଯିବ ।

କେବଳ କରୋନା ଲକ୍ଷଣ ନଥିବା ନାଗରିକଙ୍କୁ ଆସିବକୁ ଅନୁମତି ମିଳିବ । ଯାତ୍ରା ସମୟରେ ସମସ୍ତ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୋଟୋକଲ୍‌ ମାନିବାକୁ ପଡ଼ିବ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ରେ ରେଜିଷ୍ଟର କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ବିଦେଶରୁ ଫେରିଥିବା ସମସ୍ତ ନାଗରିକଙ୍କୁ ୧୪ ଦିନ ଯାଏ ହସ୍‌ପିଟାଲ କିମ୍ବା ସରକାରଙ୍କ ଦ୍ୱାରା ନିର୍ମିତ କେନ୍ଦ୍ରରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ । ବିଦେଶରୁ ଆସିବାକୁ ଥିବା ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ବିବରଣୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ େଓ୍ଵବ୍‌ସାଇଟ୍‌ରେ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ।

ରାଜ୍ୟ ସରକାର ଯାତ୍ରୀ ପହଞ୍ଚିବା ପରବର୍ତ୍ତୀ ସମସ୍ତ ବ୍ୟବସ୍ଥା କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.