ଦେଶ ବିଦେଶ

୪ ମାସ ଭିତରେ ଭାରତୀୟଙ୍କୁ ମିଳିବ କରୋନା ଭ୍ଯାକସିନ, ଜାଣନ୍ତୁ କେତେ ରହିବ ଦାମ୍

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି। ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ଅନ୍ୟ କଟକଣା ମାନିଲେ ମଧ୍ୟ ଲୋକେ ଭୟଭୀତ। ସମସ୍ତେ ଚାହିଁ ରହିଛନ୍ତି ଭ୍ଯାକସିନ୍ କେବେ ବାହାରିବ। ଭାରତରେ ମଧ୍ୟ କରୋନା ଭ୍ଯାକସିନ୍ ଉପରେ ଗବେଷଣା ଚାଲିଛି। ଏନେଇ ମତ ରଖିଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା। ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ-୨୦୨୦ର ଯୋଗ ଦେଇ, ସେ ଭ୍ଯାକସିନ୍ ବାବଦରେ ପ୍ରତିକ୍ରିୟା ରଖିଛନ୍ତି।

ତାଙ୍କ କହିବାନୁଯାୟୀ, ଆସନ୍ତା ୩ରୁ ୪ ମାସ ମଧ୍ୟରେ ଭ୍ଯାକସିନ ଆସିବ। ଅର୍ଥାତ୍ ଫେବ୍ରୁଆରୀ ବେଳକୁ ବୟସ୍କ ବ୍ୟକ୍ତି ଏବଂ ହେଲ୍‌ଥ ୱାର୍କରଙ୍କୁ ଦିଆଯିବ। ଆଉ ଏପ୍ରିଲ ଶେଷ ବେଳକୁ ଏହା ସାଧାରଣ ଲୋକଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ଏହାସହ ଭ୍ଯାକସିନର ଦାମ୍ କେତେ ରହିବ, ସେନେଇ ମଧ୍ୟ ପୁନାଓ୍ୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କଲେ ଭାରତ ଏହାର ବ୍ୟବହାର ପାଇଁ ଆବେଦନ କରିବ। ପ୍ରଥମେ ଜରୁରୀକାଳୀନ ବ୍ୟବହାର ହେବ। ଏହି ଭ୍ଯାକସିନ ଭାଇରସ କବଳରୁ ଦୀର୍ଘ ସମୟ ଯାଏଁ  ସୁରକ୍ଷା ଦେଇପାରିବ ନା ନାହିଁ ତାହା ସମୟ କହିବ। ଏବେ ଏନେଇ କିଛି ଗ୍ୟାରେଣ୍ଟି ଦେଇ ହେବ ନାହିଁ  ବୋଲି ସେ କହିଛନ୍ତି। ଏହି ଭ୍ଯାକସିନ ଟି ସେଲ୍ (T-cell) ରେ ଭଲ ପ୍ରଭାବ ଦେଖାଉଛି। ଯାହା ଇମ୍ଯୁନିଟି ଏବଂ ଆଣ୍ଟିବଡି ରେସପନ୍ସ ପାଇଁ ବେଶ୍ ଜରୁରୀ ହୋଇଥାଏ।

ପିଲାମାନଙ୍କ ପାଇଁ ଭ୍ଯାକସିନ ଆସିବା ପାଇଁ ଟିକେ ଅଧିକ ସମୟ ଅପେକ୍ଷା କରିବାକୁ ହେବ। ଯେପର୍ଯ୍ଯନ୍ତ ସେଫ୍ଟି ଡାଟା ଆସିନାହିଁ, ସେପର୍ଯ୍ଯନ୍ତ ପିଲାଙ୍କ ପାଇଁ ଏହା ନିରାପଦ ନୁହେଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ଭ୍ଯାକସିନର ଦାମ୍ ୫୦୦ରୁ ୬୦୦ ଟଙ୍କା ମଧ୍ୟରେ ହେବ । ସରକାର ଅଧିକ ମାତ୍ରାରେ ଭ୍ଯାକସିନ କିଣୁଥିବାରୁ ଦାମ୍ କମିଯିବ। ଅତିଶୀଘ୍ର ପ୍ରତିମାସରେ ୧୦ କୋଟି ଡୋଜ୍ ଉତ୍ପାଦନ ପାଇଁ ପ୍ରୟାସ ଆରମ୍ଭ ହେବ । ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ନେଇ ଚେଷ୍ଟା କରାଯିବ । ଜୁଲାଇ ସୁଦ୍ଧା ୩୦ରୁ ୪୦ କୋଟି ଭ୍ଯାକସିନ ଭାରତକୁ ମିଳିବ ବୋଲି ସେ କହିଛନ୍ତି ।

Swagatika

Recent Posts

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ । ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୬ ଜଣଙ୍କ…

20 mins ago

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

39 mins ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

43 mins ago

କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଆଜିର ଦାମ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ…

1 hour ago

ଫ୍ଲାଏଓଭର ଉପରୁ ଖସିଲା ତୀର୍ଥ ଯାତ୍ରୀ ବୋଲେରୋ, ୨ ମୃତ

ସମ୍ବଲପୁର : ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ। ନିର୍ମାଣାଧୀନ ଫ୍ଲାଏଓଭର ଉପରୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି । ଘଟଣାସ୍ଥଳରେ ୨…

1 hour ago

ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା, ତାଣ୍ଡବ କଲା କାଳବୈଶାଖୀ

ଭୁବନେଶ୍ୱର  : ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା। ତାଣ୍ଡବ କଲା…

2 hours ago