ନିର୍ବାଚନରେ ବ୍ଯସ୍ତ ରହିଛନ୍ତି ସରକାର, ଏପଟେ ୪୨ ପ୍ରତିଶତ ଭାରତରେ ପଡିଲାଣି ମରୁଡି

ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଭାରତର ଚାଷୀ ମାନଙ୍କ ପାଇଁ ଖୁବ କଷ୍ଟକର ହେବାକୁ ଯାଉଛି। ଦେଶର ୪୨ ପ୍ରତିଶତ ଅଂଶ ମରୁଡିଗ୍ରସ୍ତ ହେବ ବୋଲି ପୂର୍ବ ସୂଚନା ମିଳିଛି। ଏଥିମଧ୍ୟରେ ୬ ପ୍ରତିଶତ ଅଞ୍ଚଳ ବିଗତ ଅନେକ ସମୟ ହେଲା ମରୁଡିଗ୍ରସ୍ତ ରହିଛି। ଏହି ସମ୍ବନ୍ଧରେ ମାର୍ଚ୍ଚ ୨୬ରେ ଦ୍ବାରା ଆକଳନ ଲଗାଇଛି। ଆକଳନ ଅନୁଯାୟୀ, ଭବିଷ୍ୟତରେ ମରୁଡିର ରୁପ ଅଧିକ ଭୟଙ୍କର ହୋଇପାରେ। କିନ୍ତୁ ନିର୍ବାଚନୀ ବର୍ଷ ହେତୁ ଏଥିପାଇଁ ସରକାରଙ୍କର ଦୃଷ୍ଟି ଆର୍କଷିତ ହେଉନାହିଁ। ନିର୍ବାଚନ ପ୍ରଚାର ପାଇଁ ଚାଷୀଙ୍କ ସମ୍ବନ୍ଧୀୟ ଅନେକ ଆଲୋଚନା ହେଉଛି କିନ୍ତୁ ତତକାଳୀନ ତାଙ୍କ ସୁରକ୍ଷା ନେଇ କୌଣସି ପଦକ୍ଷେପ ଉଠାଯାଉ ନାହିଁ।

ମରୁଡିର ସବୁଠାରୁ ଅଧିକ ପ୍ରଭାବ ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାତ, ଝାଡଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ କି, ଏହି ରାଜ୍ୟ ମାନଙ୍କରେ ଦେଶର ପାଖାପାଖି ୪୦ ପ୍ରତିଶତ ଲୋକ ବାସ କରିଥାନ୍ତି। ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ କେନ୍ଦ୍ର ସରକାର କୌଣସି ମଧ୍ୟ ରାଜ୍ୟକୁ ମରୁଡିରାଜ୍ୟ ଭାବେ ଘୋଷଣା କରିନାହାନ୍ତି। କିନ୍ତୁ ଗୁଜରାତ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର କିଛି ଜିଲ୍ଲାକୁ ପୂର୍ବରୁ ମରୁଡି ଘୋଷଣା କରିଥିଲେ।

ସୂତ୍ରରୁ ଜଣାପଡିଛି, ମୌସୁମୀ ଆସିବା ପୂର୍ବରୁ ଗ୍ରୀଷ୍ମ ୩-୪ ମାସ ପରିସ୍ଥିତି ଖୁବ ଖରାପ ରହିପାରେ। ଏହା ମୌସୁମୀ ବର୍ଷାର ଅଭାବରୁ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଭାରତରେ ପୋଷ୍ଟ ମୌସୁମୀ ପରେ ଅର୍ଥାତ୍ ଅକ୍ଟୋବର ଏବଂ ଡିସେମ୍ବରରେ ୧୦-୨୦ ପ୍ରତିଶତ ବର୍ଷା ହୋଇଥାଏ। କିନ୍ତୁ ଗତବର୍ଷ ଅର୍ଥାତ୍ ୨୦୧୮ ମସିହାରେ ଏଥିରେ ୪୪ ପ୍ରତିଶତ ପର‌୍ୟ୍ୟନ୍ତ ଅଭାବ ଦେଖାଦେଇଥିଲା।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

26 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

28 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago