ପହଲଗାମ ଆକ୍ରମଣ ଜବାବରେ ଭାରତର ବଡ଼ ପଦକ୍ଷେପ, ପଡ଼ୋଶୀ ପାକିସ୍ତାନକୁ ଶୋଷରେ ମାରିବାକୁ ରଣନୀତି

ପାକିସ୍ତାନକୁ ଭାରତର ପ୍ରଥମ ଜବାବ। କୂଟନୈତିକ ଯୁଦ୍ଧ ଆରମ୍ଭ କରିଛି ଭାରତ। ପହଲଗାମ ଆକ୍ରମଣ ପରେ ଭାରତର ୫ ବଡ଼ ପଦକ୍ଷେପ । ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକର୍କିତ କ୍ୟାବିଟେନ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସହ ବାତିଲ ହୋଇଛି ୧୯୬୦ ସିନ୍ଧୁ ଜଳ ଚୁକ୍ତି । ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର ।
ସେହିପରି ୱାଘା-ଅଟ୍ଟାରୀ ସୀମା ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପାକିସ୍ତାନୀ ନାଗରିକଙ୍କୁ ଭିସା ବାତିଲ ହେଲା । SAARC ଭିସାରେ ଭାରତ ଆସିପାରିବେନି ପାକିସ୍ତାନୀ । ସାର୍କ ଭିସାରେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ । ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ଥିବା ସାମରିକ ପରାମର୍ଶଦାତାଙ୍କୁ ପର୍ସନା ନନଗ୍ରାଟା ବା ଅବାଞ୍ଛିତ ବ୍ୟକ୍ତି ଘୋଷଣା କରାଗଲା । ସେମାନେ ପାକିସ୍ତାନ ଫେରିବେ । ଗୋଟିଏ ସପ୍ତାହ ଭିତରେ ପାକିସ୍ତାନ ଫେରିବେ । ଭାରତ ମଧ୍ୟ ପାକିସ୍ତାନରେ ଥିବା ତାର ଦୂତାବାସରୁ ସାମରିକ ପରାମର୍ଶଦାତାଙ୍କୁ ଫେରାଇ ଆଣିବ । ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ପାଇବ। ପହଲଗାମ ଆକ୍ରମଣ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ସେପଟେ ଆଜି ସକାଳ ସାଢ଼େ ୧୦ଟାରେ ରହିଛି ସିଡବ୍ଲୁସି ବୈଠକ । ବୈଠକରେ ଯୋଗ ଦେବାକୁ ଆମେରିକା ଗସ୍ତରୁ ଅଧାରୁ ଫେରି ଆସିଛନ୍ତି ରାହୁଲ ଗାନ୍ଧୀ ।
ଆହୁରି ପଢ଼ନ୍ତୁ : ପହଲଗାମ ଆକ୍ରମଣ ପରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ, ଟିକେଟ ଦାମ ନ ବଢ଼ାଇବାକୁ ନିର୍ଦ୍ଦେଶ ଜାରି କଲା DGCA