ପାକିସ୍ତାନ ଉପରେ ଭାରତର ସବୁଠାରୁ ବଡ଼ ଡିଜିଟାଲ ଷ୍ଟ୍ରାଇକ୍! ଏମିତି ବନ୍ଦ ହୋଇଗଲା ପାକ୍‌ର ମୁହଁ

ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଭାରତରେ ବନ୍ଦ କରି ଦିଆଯାଇଛି। ଭାରତର ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ଟ୍ୱିଟର ଆକାଉଣ୍ଟ ବ୍ଲକ ରହିଛି। ଟ୍ୱିଟର ତରଫରୁ କୁହାଯାଇଛି ଯେ ଏକ ଆଇନଗତ ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ଉଠାଯାଇଛି। କୁହାଯାଉଛି କି, ଭାରତରେ ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ଦିଗରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

ତେବେ ଭାରତ ସରକାରଙ୍କ ତରଫରୁ ପାକିସ୍ତାନର ଟ୍ୱିଟର ହ୍ୟାଣ୍ଡେଲ (@GovtofPakistan’s account)କୁ ବ୍ୟାନ୍ କରାଯିବାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଜାରି କରାଯାଇ ନାହିଁ। ଏହାରି ଭିତରେ ପାକିସ୍ତାନ ଉପରେ ହୋଇଥିବା ଏ ପର୍ଯ୍ୟନ୍ତର ସବୁଠୁ ବଡ ଡିଜିଟାଲ ଷ୍ଟ୍ରାଇକକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କୁହାଯାଉଛି କି, ନିକଟରେ ଏକ କଠୋର ଇସଲାମିକ ସଙ୍ଗଠନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲକୁ କାହିଁକି ବ୍ୟାନ୍ କରାଯାଇଛି, ତାହା ଉପରେ ସରକାରୀ ବୟାନକୁ ଅପେକ୍ଷା କରାଯାଇଛି।

ସୂଚନାଥାଉ କି, ପାକିସ୍ତାନ ଲମ୍ବା ସମୟରୁ ସୋସିଆଲ ମିଡିଆ ମୋର୍ଚ୍ଚା ଜରିଆରେ ଭାରତ ବିରୋଧୀ ପ୍ରଚାର ପ୍ରସାର କରି ଆସୁଛି। ଏମିତିରେ ସମୟ ସମୟରେ ଭାରତ ବିରୋଧରେ ଘୃଣା ଏବଂ ଭିତ୍ତିହୀନ ଅଭିଯୋଗ ଆଣୁଥିବା ଅଭିଯୋଗକାରୀଙ୍କ ବିରୋଧରେ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପାକିସ୍ତାନରେ ଇସଲାମାବାଦ ଗଳିରୁ ଆରମ୍ଭ କରି ଆମେରିକାରେ ଥିବା କିଛି ଇସଲାମିକ କଠୋରପନ୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିରୋଧରେ କୌଣସି ବି ଅପପ୍ରଚାର କରିବାକୁ ପ୍ରସ୍ତୁତ ଅଛନ୍ତି। ଏମିତିରେ କିଛି ଲୋକ ଭାରତର ଛବିକୁ ଖରାପ କରିବା ପାଇଁ ଫଣ୍ଡିଙ୍ଗ୍‌ର ମଧ୍ୟ ସାହାରା ନେଉଛନ୍ତି।

ରିପୋର୍ଟରୁ ଜଣାପଡ଼ିଛି, ଭାରତ ବିରୋଧୀ ଅଭିଯାନରେ ନିୟୋଜିତ କିଛି ଲୋକ ଏବଂ ସଂଗଠନ ସାମ୍ବାଦିକମାନଙ୍କୁ ଲାଞ୍ଚ ଦେଉଛନ୍ତି। ସେମାନେ ଭାରତରେ ସଂଖ୍ୟାଲଘୁ ଏବଂ ତଫସିଲଭୁକ୍ତ ଜାତିଙ୍କ ଉପରେ ହୋଇଥିବା ଅତ୍ୟାଚାରର ସର୍ତ୍ତମୂଳକ କାହାଣୀ ଲେଖିବା ପାଇଁ ୧ ଲକ୍ଷ ୨୨ ହଜାର ଟଙ୍କା ପ୍ରଦାନ କରିବାକୁ ବିଜ୍ଞାପନ ସୁଦ୍ଧା ଦେଇ ସାରିଛନ୍ତି। ଏହି ବିଜ୍ଞାପନର ଏକ ସର୍ତ୍ତ ଥିଲା ଯେ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଷ୍ଟୋରୀ ଫାଇଲ କରୁଥିବା ସାମ୍ବାଦିକମାନଙ୍କୁ ପ୍ରଥମେ ତାଙ୍କ କଣ୍ଟେଣ୍ଟକୁ ଏକ ସଂସ୍ଥାକୁ ପଠାଇବାକୁ ହେବ। ସେଠାରୁ ଯଦି ପ୍ରସ୍ତାବ ପାସ୍‌ ହେଲା, ତା’ ହେଲେ ଗୋଟିଏ ଷ୍ଟୋରୀ ଫାଇଲ କରିବା ପାଇଁ ସମ୍ପୃକ୍ତ ସାମ୍ବାଦିକଙ୍କୁ ଭଲ ଅର୍ଥରାଶି ପ୍ରଦାନ କରାଯିବ।

Leave A Reply

Your email address will not be published.