ପାକିସ୍ତାନରରେ ଭାରତର ପ୍ରଚଣ୍ଡ ଆଟାକ, ବିସ୍ଫୋରଣରେ ଉଡ଼ିଲା ପାକ୍ ର ୩ ଏୟାରବେସ

ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ରାତି ଅଧରେ ପାକିସ୍ତାନରେ ଭାରତର ବଡ଼ ଧରଣର ଆକ୍ରମଣ କରାଯାଇଛି । ପାକିସ୍ତାନର ୪ ସହରରେ ବଡ଼ ଧରଣର ବିସ୍ଫୋଣ କରାଯାଇଛି । ବିସ୍ଫୋରଣରେ ଉଡ଼ିଲା ପାକିସ୍ତାନର ୩ ଏୟାରବେସ । ପାକିସ୍ତାନର ୩ ଏୟାରବେସରେ ଭାରତର ପ୍ରଚଣ୍ଡ ଆଟାକ । ଇସଲାମାବାଦ, ରାୱଲପିଣ୍ଡି ଓ ଲାହୋର ଏୟାରବେସରେ ଭାରତ ଆଟାକ କରିଥିବା କହିଛି ପାକିସ୍ତାନ ।

ଏହାପରେ ସବୁ ଏୟାର ଟ୍ରାଫିକକୁ ବନ୍ଦ କରଦେଇଛି ପାକିସ୍ତାନ । ଇସଲାମବାଦ ଠାରୁ ୧୦ କିଲୋମିଟରରୁ କମ ଦୂରତାରେ ରାୱଲପିଣ୍ଡିରେ ରହିଛି ନୁର ଖାନ ଏୟାର ବେସ । ସେହିପରି ଚକୱାଲସିଟିରେ ମୁରିଦ ଏୟାରବେସ ଓ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ରଫିକି ଏୟାରବେସରେ ମଧ୍ୟ ମିସାଇଲ ହିଟ୍ କରିଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି । ଏସବୁ ଏୟାରବେସରେ ପ୍ରଚଣ୍ଡ ବିସ୍ଫୋରଣ ସହ ନିଆଁ ଲାଗି ଯାଇଥିଲା ।

ଏହାପରେ ଦେଶର ଏୟାରସ୍ପେସକୁ ବିମାନ ଚଳାଚଳ ପାଇଁ ବନ୍ଦ କରିଛି ପାକିସ୍ତାନ । ନୁରଖାନ ଏୟାରବେସ ହେଉଛି ପାକିସ୍ତାନର ଅନ୍ୟତମ ପ୍ରମୁଖ ଏୟାରପୋର୍ଟ । ଏଠାରେ ଉଭୟ ଏୟାରଫୋର୍ସ ଓ ଭିଆଇପି ଟ୍ରାନ୍ସପୋର୍ଟ ୟୁନିଟ ରହିଛି । ପାକିସ୍ତାନ ସେନାର ଆଇଏସପିଆର ଡିଜି ଏୟାରବେସ ଉପରେ ଆଟାକକୁ ସ୍ବୀକାର କରିଛନ୍ତି ।

ଆହୁରି ପଢ଼ନ୍ତୁ :  ଜୈସେଲମେର-ବାଡ଼ମେରରେ ସଂପୂର୍ଣ୍ଣ ବ୍ଲାକଆଉଟ୍, ସନ୍ଧ୍ୟା ୫ରୁ ଦୋକାନ ବଜାର ବନ୍ଦ