ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନ୍‌ ‘iNCOVACC’ ଲଞ୍ଚ୍‌; ଜାଣନ୍ତୁ କେଉଁ ବୟସର ଲୋକେ ନେଇପାରିବେ ଏହି ଟିକା

କରୋନା ସହିତ ମୁକାବିଲା କରିବାରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ୨୬ ଜାନୁୟାରୀ ଗଣତନ୍ତ୍ର ଦିବସ ଅବସରରେ ଭାରତ ନିର୍ମିତ ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଲଞ୍ଚ୍‌ କରି ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଓ ବିଜ୍ଞାନ ଏବଂ ପ୍ରଦ୍ଦ୍ୟୋଗିକୀ ମନ୍ତ୍ରୀ ଜିତେନ୍ଦ୍ର ସିଂ ଭାରତ ବାୟୋଟେକ୍‌ର ନାଜାଲ କୋଭିଡ୍‌ ଭ୍ୟାକ୍ସିନ୍‌ ‘iNCOVACC’କୁ ଲଞ୍ଚ୍‌ କରିଛନ୍ତି। ଏହାକୁ ପ୍ରଥମେ ‘BBV154’ ନାମ ଦିଆଯାଇଥିଲା।

କହି ରଖୁଛୁ, କେନ୍ଦ୍ର ସରକାର ୨୩ ଡିସେମ୍ବର ୨୦୨୨ରେ ଭାରତ ବାୟୋଟେକ୍‌ର ନାଜାଲ ଭ୍ୟାକ୍ସିନ୍‌କୁ ମଞ୍ଜୁରୀ ଦେଇଥିଲେ। ଏହି ଭ୍ୟାକ୍ସିନ୍‌ ବୁଷ୍ଟର ଡୋଜ୍‌ ରୂପେ ଲାଗି ପାରିବ। ନାଜାଲ ଭ୍ୟାକ୍ସିନ୍‌ ପ୍ରଥମେ ପ୍ରାଇଭେଟ୍‌ ହସ୍ପିଟାଲରେ ଉପଲବ୍ଧ ହେବ। ଏହି ଭ୍ୟାକ୍ସିନ୍‌କୁ ସରକାର ଭାରତର କୋଭିଡ୍‌ ୧୯ ଭ୍ୟାକ୍ସିନେସନ ପ୍ରୋଗ୍ରାମରେ ମଧ୍ୟ ସାମିଲ କରିଛନ୍ତି।

ଏହା ପୂର୍ବରୁ ଭାରତର ଔଷଧି ମହାନିୟନ୍ତ୍ରକ ‘DCGI’ ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାଜାଲ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଥିଲା। କହି ରଖୁଛୁ, ଏହି ଭ୍ୟାକ୍ସିନ୍‌କୁ ନାକ ଜରିଆରେ ସ୍ପ୍ରେ କରି ଦିଆଯାଇଥାଏ। ଅର୍ଥାତ୍‌ ନାଜାଲ ଭ୍ୟାକ୍ସିନ୍‌ ନେଉଥିବା ଲୋକଙ୍କ ହାତରେ ଟିକା ଦିଆଯାଇ ନ ଥାଏ। ତେବେ DCGI ବର୍ତ୍ତମାନ ଇଣ୍ଟ୍ରା ନାଜାଲ କୋଭିଡ୍‌ ଭ୍ୟାକ୍ସିନ୍‌କୁ ୧୮ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.