ଦେଶ ବିଦେଶ

ପରଲୋକରେ ଭାରତୀୟ ଫୁଟ୍‌ବଲ୍‌ କିମ୍ବଦନ୍ତୀ ଚୁନି ଗୋସ୍ୱାମୀ, ମୃତ୍ୟୁ ବେଳକୁ ହୋଇଥିଲା ୮୨ ବର୍ଷ ବୟସ

କୋଲ୍‌କାତା(କେନ୍ୟୁଜ୍‌) : ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଗୋସ୍ୱାମୀ ଆଉ ନାହାଁନ୍ତି । କୋଲ୍‌କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ ।

୧୯୬୨ ମସିହା ‘ଏସିଆନ୍‌ ଗେମ୍ସ’ ବେଳେ ସେ କ୍ୟାପ୍‌ଟେନ୍‌ ଥାଇ ଭାରତକୁ ଗୋଲ୍ଡ ମେଡାଲ୍‌ ଜିତାଇବାରେ ସୈାଭାଗ୍ୟ ଅର୍ଜ୍ଜନ କରିଥିଲେ । ସେ ମଧ୍ୟ ପ୍ରଥମ ଶ୍ରେଣୀର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ପଶ୍ଚିମବଙ୍ଗ ପକ୍ଷରୁ ଖେଳିଥିଲେ ।

କିଛି ମାସ ଧରି ଗୋସ୍ୱାମୀ ସ୍ନାୟୁ ଓ ପ୍ରୋଷ୍ଟ୍ରେଟ୍‌ ରୋଗ ସହ ମଧୂମେହ ରୋଗରେ ପୀଡିତ ଥିଲେ । ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ହୃଦଘାତ ଯୋଗୁ ଆଜି ଅପରାହ୍ଣ ୫ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି ।

ଭାରତୀୟ ଟିମ୍‌ର  କ୍ୟାପ୍‌ଟେନ୍‌ ଥିବା ବେଳେ ସେ ଭାରତକୁ ୧୯୬୨ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଓ ୧୯୬୪ ଏସିଆନ୍‌ ଗେମ୍ସରେ ରନରସ୍‌ ଅପ୍‌ ଦେବାରେ ଗୈାରବ ଅର୍ଜନ କରିଛନ୍ତି । ଗୋସ୍ୱାମୀ ସର୍ବଦା ମୋହନ ବାଗାନ୍‌ ଦଳ ପାଇଁ ଖେଳୁଥିଲେ ।

୧୯୫୭ରୁ ଅନ୍ତର୍ଜାତୀୟ ଖେଳାଳୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ଗୋସ୍ୱାମୀ ୧୯୬୪ ମସିହାରେ ଅନ୍ତର୍ଜାତୀୟ ଖେଳରୁ ସନ୍ନ୍ୟାସ ନେଇଥିଲେ । କେବଳ ଗୋସ୍ୱାମୀ ଜଣେ ଫୁଟବଲ୍‌ ଖେଳାଳୀ ନଥିଲେ ସେ ମଧ୍ୟ ଜଣେ କ୍ରିକେଟର ଥିଲେ ।

୧୯୬୬ରେ ସେ ଓ ସୁବ୍ରତ ଗୁହା େଓ୍ଵଷ୍ଟଇଣ୍ଡିଜ୍‌ ଟିମ୍‌କୁ ଇନିଙ୍ଗ୍‌ସ ଡିଫିଟ୍‌ କରିବାରେ ସଫଳ ହୋଇଥିଲେ । ସେତେବେଳେ ଗୋସ୍ୱାମୀ ୮ ଓ୍ଵିକେଟ୍‌ ନେବାର ସୈାଭାଗ୍ୟ ଅର୍ଜ୍ଜନ କରିଥିଲେ । ସେ ମଧ୍ୟ ୧୯୭୧-୭୨ରେ ବେଙ୍ଗଲ୍‌ ରଞ୍ଜିତ୍‌ ଟ୍ରଫି କ୍ୟାପ୍‌ଟେନ୍‌ ଭାବେ ଖେଳ ପରିଚାଳନା କରିଥିଲେ ।

Niharanjan

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

4 mins ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

11 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

25 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

31 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

1 hour ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago