ଡୋମିନିକାରେ ଧରାପଡିଲେ ପଳାତକ ହୀରା ବ୍ଯବସାୟୀ ମେହଲୁ ଚୋକସୀ, ଆଣ୍ଟିଗୁଆରୁ ୩ ଦିନ ହେଲାଣି ନିଖୋଜ ଥିଲେ

ଡୋମିନିକାରେ ଧରାପଡିଲେ ମେହଲୁ ଚୋକ୍ସୀ। ଭାରତରୁ ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ୨୦୧୮ରୁ ଆଣ୍ଟିଗୁଆରେ ରହୁଛନ୍ତି । ଗତ ୩ ଦିନ ହେଲା ସେ ନିଖୋଜ ଥିବା ନେଇ ଖବର ଆସିଥିଲା। ଏବେ ଜଣା ପଡିଛି ଡୋମିନିକାର ତଦନ୍ତକାରୀ ସଂସ୍ଥା ସିଆଇଡି ହାତରେ ଧରା ପଡିଛନ୍ତି। ଚର୍ଚ୍ଚା ହେଉଛି ସେ ଆଣ୍ଟିଗୁଆ ଛାଡି କ୍ୟୁବାକୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ।

ସୂଚନାଯୋଗ୍ଯ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର ୬ଶହ କୋଟି ଟଙ୍କା ଋଣ ଠକେଇ କରିଥିବା ନେଇ ଅଭିଯୋଗ ରହିଛି। ଏହି ଅଭିଯୋଗ ପରେ ସେ ଭାରତରୁ ଫେରାର ହୋଇଯାଇଥିଲେ। ଜଣା ପଡିଥିଲେ ସେ ଆଣ୍ଟିଗୁଆ ନାଗରିକତା ଗ୍ରହଣ କରି ସେଠାରେ ରହୁଛନ୍ତି। ଆଣ୍ଟିଗୁଆରେ ମେହଲୁଙ୍କୁ ଭାରତ ଆଣିବାକ ଭାରତ ସରକାର ଉଦ୍ୟମ ଜାରି ରଖିଥିଲେ। ଆଣ୍ଟିଗୁଆ ସରକାର ମଧ୍ୟ ମେହୁଲଙ୍କୁ ତାଙ୍କ ଦେଶରେ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.