ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତର ସର୍ବବୃହତ୍ତ 5G ନିଲାମ ପ୍ରକ୍ରିୟା, ସ୍ପେକ୍ଟ୍ରମ ନିଲାମୀର ଅବଧି ୨୦ବର୍ଷ ରହିବ

କେନ୍ୟୁଜ୍(ବ୍ୟୁରୋ):  5G ଯୁଗ ପାଇଁ କାଉଣ୍ଟ ଡାଉନ ଆରମ୍ଭ । ଆସନ୍ତାକାଲିଠୁ ଭାରତର ସର୍ବବୃହତ୍ତ 5G ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ସ୍ପେକ୍ଟ୍ରମ ନିଲାମୀର ଅବଧି ୨୦ବର୍ଷ ରହିବ । 4G ଠାରୁ ଅଧିକ ୧୦ଗୁଣ କ୍ଷିପ୍ର ବେଗରେ ସେବା ଦେବ 5G । ସେହିପରି 3Gଠାରୁ 5Gରେ ୩୦ ଗୁଣା ଅଧକ ସ୍ପିଡ । ଏହା ଦ୍ୱାରା ବ୍ୟବସାୟ, ଉଦ୍ୟୋଗରେ ଅତିରିକ୍ତ ରାଜସ୍ୱ ଉତ୍ପନ୍ନ କରିବାର କ୍ଷମତା ସୃଷ୍ଟି ହେବା ସହ ନୂଆ ଯୁଗର ଆରମ୍ଭ ହେବ। 5G କ୍ଷମତା ଆଧାରିତ ସେବାକୁ ଲାଗୁ କରିବା ପାଇଁ ମିଡ୍‌ ଓ ହାଇ ବ୍ୟାଣ୍ଡ ସ୍ପେକ୍ଟ୍ରମର ଉପଯୋଗ କରାଯିବ ।

ଗତ କିଛି ବର୍ଷ ହେବ ମୋବାଇଲରେ ଭିଡିଓ ଦେଖିବା ଗ୍ରାହକଙ୍କ ସଂଖ୍ୟାରେ ଢେରେ ବୃଦ୍ଧି ହୋଇଛି। ଫାଇଭ୍‌ ଜି ଟେକ୍ନୋଲୋଜି ଦ୍ୱାରା ଭିଡିଓ ଷ୍ଟ୍ରିମିଂର ସ୍ପିଡ୍‌ ବଢିବ। ଏହାସହ ଶୀଘ୍ର ଡାଉନଲୋଡ ହୋଇପାରିବ । ପୂର୍ବରୁ 5G ସ୍ପେକ୍ଟ୍ରମ ନିଲାମୀକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା । ନିଲାମୀରେ ଭାଗ ନେବେ ରିଲାଏନ୍‌ସି ଜିଓ, ଅଦାନି ଡାଟା ନେଟ୍‌ୱର୍କ, ଭାରତୀ ଏୟାରଟେଲ୍‌ ଏବଂ ଭୋଡଫୋନ୍‌ ଆଇଡିଆ। ରେଡିଓ ୱେଭର ମୋଟ ୭୨ ଗିଗାହର୍ଜ ନିଲାମ ହେବ। ପର୍ଯ୍ୟାପ୍ତ ସ୍ପେକ୍ଟ୍ରମ ଉପଲବ୍ଧ ଥିବା ବେଳେ ବିଡରଙ୍କ ସଂଖ୍ୟା ଅଧିକ ନଥିବାରୁ, ଅଧିକ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳି ନପାରେ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.