ଦେଶ ବିଦେଶ

ଆଜି ଉଦଘାଟିତ ହେବ ‘ଅଟଳ ସେତୁ’, ଜାଣନ୍ତୁ କେଉଁ ଗାଡ଼ି ପାଇଁ କେତେ ଦେବାକୁ ପଡ଼ିବ ଟୋଲ୍ ଫି’

ନୂଆଦିଲ୍ଲୀ:  ଉଦଘାଟିତ ହେବ ଦେଶର ସବୁଠାରୁ ଦୀର୍ଘ ସାମୁଦ୍ରିକ ସେତୁ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦକ୍ଷିଣ ଓ ନଭି ମୁମ୍ବାଇକୁ ଯୋଡୁଥିବା ଏହି ଦୀର୍ଘତମ ସେତୁ ଉଦଘାଟନ କରିବେ । ମୁମ୍ବାଇର ସେୱରି ଓ ରାଇଗଡ ଜିଲ୍ଲାର ନାଭା ସେଭା ମଧ୍ୟରେ ନିର୍ମିତ ହୋଇଛି ଏହି ୨୧.୮ କିଲୋମିଟର ଦୀର୍ଘ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ । ଏହି ସେତୁ ଏବେ ଅଟଳ ବିହାରୀ ବାଜପେୟୀ ସେୱରି- ନାଭା ସେଭା ଅଟଳ ସେତୁ ନାମରେ ନାମିତ ହୋଇଛି ।

ପୂର୍ବରୁ ସେୱରି ଓ ନାଭା ସେଭା ମଧ୍ୟରେ ଯାତ୍ରା ସମୟ ୨ ଘଣ୍ଟା ଥିବାବେଳେ ଅଟଳ ସେତୁ ନିର୍ମାଣ ଦ୍ୱାରା ଏହା ୧୫ରୁ ୨୦ ମିନିଟକୁ ହ୍ରାସ ପାଇବ । ୬ ଥାକିଆ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ସେତୁର ୧୬.୫ କିଲୋମିଟର ସମୁଦ୍ରରେ ଓ ୫.୫୦ କିଲୋମିଟର ସ୍ଥଳ ଭାଗରେ ରହିଛି । କେବଳ ଚାରିଚକିଆ ଯାନ ଏହି ସେତୁରେ ଯିବାଆସିବା କରିପାରିବ । ଚାରିଚକିଆ ଯାନଗୁଡିକ ସର୍ବାଧିକ ଶହେ କିଲୋମିଟର ବେଗରେ ଯାତାୟତ କରିପାରିବ । ତେବେ ସେତୁ ଉପରେ ଚଢିବା ବେଳେ ଏବଂ ଓହ୍ଲାଇବା ବେଳେ ଗାଡିର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ରହିବ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ମୋଟରସାଇକେଲ, ତିନି ଚକିଆ ଯାନ, ଅଟୋ, ଟ୍ରାକ୍ଟର ଭଳି ଯାନ ପାଇଁ ପ୍ରବେଶ ଅନୁମତି ନାହିଁ ବୋଲି କୁହାଯାଇଛି ।

ପ୍ରଥମେ MMRDA ଅର୍ଥାତ୍ ମୁମ୍ବାଇ ମେଟ୍ରୋପଲିଟାନ ରୀଜନ ଡେଭଲପମେଣ୍ଟ ଅଥୋରିଟି (Mumbai Metropolitan Region Development) ପ୍ରତିଟି ଟ୍ରିପରେ ୫୦୦ ଟଙ୍କାର ଟୋଲ ଉପରେ ମୋହର ଲଗାଇଛି । ପରେ ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଏଥିରେ ସଂଶୋଧନ କରିଥିଲା । ଏବଂ କାର୍ ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରସ୍ତାବିତ ଟୋଲ ୨୦୨୪ ରୁ ୨୦୫୩ ଅର୍ଥାତ୍ ୩୦ ବର୍ଷ ପର୍ଯ୍ୟନ୍ତ କରାଯାଇଛି । ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଯାତାୟତକୁ ନେଇ ସମସ୍ତ ପ୍ରକାରର ରେକର୍ଡ ଉପରେ ନଜର ରଖାଯିବ । ମିଡିଆ ରିପୋର୍ଟ ଅନୁସାରେ, ଟୋଲ ଦରରେ ପ୍ରତିବର୍ଷ ୬ ପ୍ରତିଶତ ବୃଦ୍ଧି କରାଯିବ। ଅଟଳ ସେତୁ ଉପରେ କାରର ଗୋଟିଏ ଥର ଯାତାୟତ ରେ ୨୫୦ ଟଙ୍କା ଦେବାକୁ ପଡ଼ିବ । ଯଦି ଯିବା ଆସିବା ଉଭୟ ଲାଗି ଏହାର ବ୍ୟବହାର କରାଯାଏ ତେବେ ୩୭୫ ଟଙ୍କା ଦେବାକୁ ହେବ ।

ଖବର ଅନୁସାରେ କାର୍ ର ଟୋଲ ୨୫୦ ଥିବା ବେଳେ ମିନି ବସ୍ ପାଇଁ ୫୬୦ ଟଙ୍କା ଦେବାକୁ ପଡିବ । ସେହିପରି ବସ୍ ଓ ୨ ଏକ୍ସଏଲ ଟ୍ରକ ପାଇଁ ୧୧୮୦ ଟଙ୍କା ଦେବାକୁ ପଡ଼ିବ। ଥ୍ରୀ ଏକ୍ସଏଲ ଟ୍ରକ୍ ପାଇଁ ୧୨୯୦ ଟଙ୍କା, 4 ଓ 6 ଏକ୍ସଏଲ ଟ୍ରକ ପାଇଁ ୧୮୫୦ ଟଙ୍କା ଟୋଲ ଦେବାକୁ ପଡ଼ିବ । ଅନ୍ୟପଟେ ପୁଲ୍ ଉପରେ ଓଭର ସାଇଡ ବାହାନ ପାଇଁ ୨୨୫୦ ଟଙ୍କା ଦେବାକୁ ପଡିବ ।

ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ନିମନ୍ତେ ଯାତ୍ରୀ ଯଦି ଦୈନିକ ପାସ୍ ନିଅନ୍ତି ତେବେ ୬୨୫ ଟଙ୍କା ଓ ମାସିକ ପାସ୍ ନିମନ୍ତେ ୧୨,୫୦୦ ଟଙ୍କା ଦେବାକୁ ପଡିବ । ମହାରାଷ୍ଟ୍ର ସରକାର ଏହି ସେତୁ ଦେଇ ଦୈନିକ ୭୦ ହଜାରରୁ ଅଧିକ ଗାଡ଼ି ଯିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଯଦି ଆକଳନ ସଠିକ ହୁଏ ତେବେ ଟୋଲ ମାଧ୍ୟମରେ ଲିଙ୍କ ରୋଡ ୧.୭୫ କୋଟି ଟଙ୍କା ଆୟ କରିବେ ।

ଏହି ପୋଲ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହେଲେ ମୁମ୍ବାଇ ସହରରେ ଟ୍ରାଫିକ ଜାମ ଦୂର ହେବ । ମୁମ୍ବାଇ ଟ୍ରାନ୍ସହାର୍ବର ଲିଙ୍କ ନିର୍ମାଣ ନିମନ୍ତେ ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟ ହୋଇଛି । ଏହି ପୋଲର ନିର୍ମାଣ କାମ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଓ ଏହାକୁ ପୁରା କରିବା ପାଇଁ ୪.୫ ବର୍ଷ ଲାଗିଥାନ୍ତା । ତେବେ କରୋନା ଭାଇରସ ମହାମାରୀ ସଂକଟ କାଳ ଯୋଗୁ ଏହାର ନିର୍ମାଣରେ ବିଳମ୍ବ ହୋଇଥିଲା ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago