ଭାରତର ମୁନ ମିଶନ ଚନ୍ଦ୍ରାୟନ-୨ କୁ ପୁରିଲା ବର୍ଷେ, ଆଉ ୭ ବର୍ଷ ପରିକ୍ରମଣ କରିବା ପାଇଁ ମହଜୁଦ ରହିଛି ଇନ୍ଧନ

ନୂଆଦିଲ୍ଲୀ: ଭାରତର ମୁନ ମିଶନ ଚନ୍ଦ୍ରାୟନ-୨ କୁ ପୁରିଲା ବର୍ଷେ । ଚନ୍ଦ୍ରକୁ ୧ ବର୍ଷ ପରିକ୍ରମଣ କରିଛି ଅରବିଟର୍ । ଆଉ ୭ ବର୍ଷ ପରିକ୍ରମଣ କରିବା ପାଇଁ ଇନ୍ଧନ ମହଜୁଦ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଗତବର୍ଷ ଜୁଲାଇ ମାସ ୨୨ ତାରିଖରେ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ ହୋଇଥିଲା ।
ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା ଅରବିଟର୍ । ଯଦିଓ ସଫ୍ଟ ଲ୍ୟାଣ୍ଡିଂ ସଫଳ ହୋଇନଥିଲା, ତେବେ ଅରବିଟର୍ ଚନ୍ଦ୍ରକୁ ସଫଳତାର ସହ ପରିକ୍ରମଣ କରୁଛି । ଏହି ସମୟ ମଧ୍ୟରେ ଚନ୍ଦ୍ରର କକ୍ଷପଥକୁ ୪ ହଜାର ୪୦୦ ଥର ପରିକ୍ରମଣ କରି ସାରିଲାଣି ଅରବିଟର୍। ଏହାର ସମସ୍ତ ଯନ୍ତ୍ରପାତି ସଠିକ ଭାବେ କାମ କରୁଥିବା ଇସ୍ରୋ କହିଛି ।