ବିମାନରେ ବୋମା ଆତଙ୍କ, ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର

 ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ସକାଳ ୫ ଟା ୩୫ ମିନିଟରେ ଦିଲ୍ଲୀରୁ-ବାରଣାସୀ ଯାଉଥିବା ବିମାନରେ ବୋମା ଥିବା ଧମକ ମିଳିଥିଲା । ଧମକ ମିଳିବା ପରେ ବିମାନକୁ ଯାଞ୍ଚ କରାଯାଉଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଇମର୍ଜେନ୍ସୀ ଡୋର୍ ଦେଇ ଉଦ୍ଧାର କରାଯାଇଥିଲା ।

ନୂଆଦିଲ୍ଲୀ : ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ସକାଳ ୫ ଟା ୩୫ ମିନିଟରେ ଦିଲ୍ଲୀରୁ-ବାରଣାସୀ ଯାଉଥିବା ବିମାନରେ ବୋମା ଥିବା ଧମକ ମିଳିଥିଲା ।  ଧମକ ମିଳିବା ପରେ ବିମାନକୁ ଯାଞ୍ଚ କରାଯାଉଛି ।  ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଇମର୍ଜେନ୍ସୀ ଡୋର୍ ଦେଇ ଉଦ୍ଧାର କରାଯାଇଥିଲା । ବିମାନ ଚଳାଚଳ ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ କରୁଛନ୍ତି ।  ବିମାନଟିକୁ  ଏକ ଆଇସୋଲେଟେଡ୍ ବେ’କୁ ନିଆଯାଇ ଯାଞ୍ଚ କରାଯାଉଛି ।  ଏହା ବ୍ୟତୀତ ୫ଟି ସିଏସଏଫ ଟିମ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ସନ୍ଧାନ ଜାରି ରଖିଛନ୍ତି ।

ସୂଚନା ଅନୁସାରେ ଇଣ୍ଡିଗୋ ବିମାନଟି ଦିଲ୍ଲୀରୁ ବାରଣାସୀ ଯିବା ପାଇଁ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ଗୋଏଲେଟରେ ଏକ ନୋଟ୍ ମିଳିଥିଲା । ଯେଉଁଥିରେ ବୋମା ବୋଲି ଲେଖାଯାଇଥିଲା । ଫଳରେ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା ।  ଏହା ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା କ୍ୱିକ୍ ରେସପନ୍ସ ଟିମ୍ । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା ।

 

 

 

Leave A Reply

Your email address will not be published.