ଇଣ୍ଡିଗୋ ବିମାନର ‘MAYDAY’ କଲ, ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ବେଙ୍ଗାଲୁରୁ : ଇଣ୍ଡିଗୋ ବିମାନର ‘MAYDAY’ କଲ ।  ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ।  ଗୁରୁବାର ସନ୍ଧ୍ୟାରେ ଗୌହାଟୀରୁ ଚେନ୍ନାଇ ଆସୁଥିଲା ଇଣ୍ଡିଗୋ 6E-6764 ବିମାନ ।  ତେବେ ଇନ୍ଧନ ଅଭାବ ଦେଖାଦେଇଥିଲା ।  ସନ୍ଧ୍ୟା ୭ଟା ୪୫ ମିନିଟରେ ଲ୍ୟାଣ୍ଡିଂ ଚେଷ୍ଟା ବିଫଳ ହୋଇଥିଲା ।  ଫଳରେ ‘MAYDAY’ କଲ ଦେଇଥିଲେ ପାଇଲଟ୍ ।

ମେ ଡେ କଲ ପରେ ଗ୍ରାଉଣ୍ଡ ଷ୍ଟାଫ, ଫାୟାର ସର୍ଭିସ ଓ ମେଡିକାଲ ଟିମକୁ ଆଲର୍ଟ କରିଥିଲା ଏଟିସି ।  ପରେ ବେଙ୍ଗାଲୁରୁ କେମ୍ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷିତ ଭାବେ ରାତି ୮ଟା ୨୦ ମିନିଟରେ ବିମାନ ଲ୍ୟାଣ୍ଡିଂ କରିଥିଲା ।  ଫଳରେ ସମସ୍ତ ୧୬୮ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଭାବେ ଓହ୍ଲାଇଥିଲେ ।

କିଛି ଦିନ ତଳେ ଅହମ୍ମଦାବାଦ ବିମାନ ବନ୍ଦରରେ ଉଡାଣ ଭରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା ।  ସେହି ସମୟରେ ବି ପାଇଲଟ ‘MAYDAY’ କଲ ଦେଇଥିଲେ ।

Also read: ଆଉ ଏକ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ହାଇଦ୍ରାବାଦ-ମୁମ୍ବାଇ ବିମାନ ବାତିଲ