ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହୃଦଘାତ, ଲକ୍ଷ୍ନୌରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଲକ୍ଷ୍ନୌ: ବିମାନ ଉଡାଣ ସମୟରେ ହେଲା ଅଘଟଣ ।  ଜଣେ ଯାତ୍ରୀଙ୍କ ମୃତ୍ୟୁ ପରେ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା ।  ଏହି ଇଣ୍ଡିଗୋ ବିମାନ ନମ୍ବର 6E 2163 ପାଟନାରୁ ଦିଲ୍ଲୀ ଯାଉଥିଲା । ତେବେ ବିମାନ ମଝିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।  ମୃତ ବ୍ୟକ୍ତିଙ୍କ ନାମ ସତୀଶ ଚନ୍ଦ୍ର ବର୍ମନ ବୋଲି ଜଣା ପଡିଛି ।  ସେ ଆସାମର ନାଲବାଡ଼ିର ବାସିନ୍ଦା ।

ଉଡ଼ାଣ ସମୟରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାକୁ ଲାଗିଥିଲା ।  ଏହି ସମୟରେ ବିମାନରେ ଥିବା କ୍ରୁ ସଦସ୍ୟମାନେ ସୂଚନା ପାଇବା ମାତ୍ରେ ପାଇଲଟଙ୍କୁ ଜଣାଇ ଦେଇଥିଲେ । ଏହାପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଖବର ପାଇବା ମାତ୍ରେ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇ ଯାଇଥିଲା । ବିମାନଟିକୁ ତତକ୍ଷଣାତ୍ ଲକ୍ଷ୍ନୌ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଗଲା ।  ତେବେ ବିମାନରେ ଯାତ୍ରୀଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଆଶଙ୍କା କରାଯାଉଛି ।

ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ମାର୍ଚ୍ଚ ୨୬ ତାରିଖରେ ଆଗ୍ରା ରୁ ଲକ୍ଷ୍ନୌକୁ ଫେରୁଥିବା ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବିମାନର ଜରୁରୀ ଅବତରଣ କରାଯାଇଥିଲା ।  ଏହି ବିମାନକୁ ଆଗ୍ରା ବିମାନ ବନ୍ଦରରେ ଅବତରଣ କରାଯାଇଥିଲା ।  ଟେକ ଅପ ପରେ ପାଇଲଟ ବ୍ରେକିଙ୍ଗ ସିଷ୍ଟମରେ ତୃଟି ଥିବା ଜାଣିବାକୁ ପାଇଥିଲେ ।

Also read: ମଝି ଆକାଶରେ ବୋମା ଆତଙ୍କ: ବିମାନକୁ ଉଡେଇ ଦେବାକୁ ମିଳିଲା ଧମକ, ଟ୍ରେନ୍ କୁ ବି ଛାଡିଲେନି…