ମଶା କାମୁଡ଼ାରେ ହଇରାଣ ହୋଇଥିବା ତିନି ଯାତ୍ରୀଙ୍କୁ ଇଣ୍ଡିଗୋ ଦେବ ୧.୨୦ଲକ୍ଷ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ଯକର ଘଟଣା ଦେଖିବାକୁ ମିଳିଛି ଇଣ୍ଡିଗୋ ଏୟାରଲାଇନ୍ସରେ। କମ୍ପାନି ମଶା ଦ୍ବାରା ହଇରାଣ ହୋଇଥିବା ୩ଜଣ ଯାତ୍ରୀଙ୍କୁ ୧.୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛି। ଖାଲି ତାହା ନୁହଁ କମ୍ପାନିକୁ ୧୫ହଜାର ଟଙ୍କା କୋର୍ଟରେ ମଧ୍ୟ ଦେବାକୁ ପଡ଼ିବ।

ସୂଚନା ଅନୁଯାୟୀ, ଓକିଲ ଦିପଇନ୍ଦର ସିଂ ଚଳିତ ବର୍ଷ ୧୨ ଏପ୍ରିଲରେ ନିଜ ସାଙ୍ଗ ଉପଦୀପ ସିଂ ଏବଂ ସୁଖନଦୀପ ସିଂଙ୍କ ସହ ଇଣ୍ଡିଗୋ ଏୟାରଲାଇନ୍ସ ଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସିଟ ପଛକୁ ଥିବା ବେଳେ ସେଠାରେ ବହୁତ ମଶା ରହିଥିଲେ। ତାଙ୍କୁ ବହୁତ ହଇରାଣର ସାମ୍ନା କରିବାକୁ ପଡ଼ିଥିବା ବେଳେ ସେ ଏହା ବିଷୟରେ ଏୟାରଲାଇନ୍ସରେ ଅଭିଯୋଗ କରିଥିଲେ। କିନ୍ତୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି କଥାକୁ ଗମ୍ଭୀରତାର ସହ ନେଇନଥିଲେ।

indigo

 ଯାହା ପରେ କମ୍ପାନିର କାର୍ଯ୍ଯହୀନତାକୁ ଦେଖି ସେମାନେ ଏହା ବିଷୟରେ କଞ୍ଜୁମର କୋର୍ଟରେ ଅଭିଯୋଗ କରିଥିଲେ। ଏହି ସମୟରେ ଜାଞ୍ଚ କରାଯାଉଥିବା ବେଳେ କମ୍ପାନିର ସେବାରେ ଅନେକ ପ୍ରକାରର ଅଭାବ ଦେଖାଯାଇଥିଲା। ଯାହା ପରେ ଏବେ କମ୍ପାନିକୁ ଯାତ୍ରୀଙ୍କୁ ଜଣଙ୍କା ୩୦ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ, ୧୦ହଜାର ଟଙ୍କା ଲେଖା କୋର୍ଟ କେସର ଖର୍ଚ୍ଚ ତଥା ୫-୫ ହାଜର ଟଙ୍କା ଏଡ଼ ପାଇଁ ଦେବାକୁ ପଡ଼ିଥିଲା।

ନିହାତି ପଢ଼ନ୍ତୁ: ହରିଆଣା ରେଓ୍ଵାଡି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଆର୍ମୀ ଯବାନଙ୍କ ସଂପୃକ୍ତି ନେଇ ମିଳିଛି ପ୍ରମାଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.