ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଧମକ୍‌ ଦେବା ଘଟଣା: Indigo ପାଇଲଟ୍‌ ହେଲେ ସସ୍‌ପେଣ୍ଡ

ବିମାନ କ୍ଷେତ୍ରରେ ନିୟାମକ ଡିଜିସିଏ ଗତ ୧୩ ଜାନୁଆରୀରେ ଚେନ୍ନାଇ-ବେଙ୍ଗାଲୁର ବିମାନରେ ହ୍ଵିଲଚେୟାରରେ ଯାତ୍ରା କରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଡରାଇବା ଏବଂ ଧମକାଇବା ପାଇଁ ଇଣ୍ଡିଗୋର ଜଣେ କ୍ୟାପଟେନଙ୍କୁ ତିନି ମାସ ପାଇଁ ନିଲମ୍ବିତ କରାଯାଇଛି।
ଜଣେ ଅଧିକାରୀଙ୍କ କହିବାନୁଯାୟୀ ପାଇଲଟ ଜଣକ ବିମାନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ଏବଂ ତାଙ୍କ ଝିଅଙ୍କୁଠାରୁ କ୍ଷମା ଆବେଦନ ଲେଖିବାରେ ଜୋର ଜବରଦସ୍ତ କରୁଥିବା ତଦନ୍ତ ସମୟରେ ଜାଣିବାକୁ ମିଳିଛି। ଏହିକାରଣରୁ ଯାତ୍ରା ବିଳମ୍ବ ହୋଇଥିଲା ଏବଂ ବେଙ୍ଗାଲୁର ବିମାନ ବନ୍ଦରରେ ବିମାନରୁ ବାହାରିବା ପରେ ତାଙ୍କୁ ପାଖାପାଖି ୭୫ ମିନିଟ୍‌ ପର୍ଯ୍ୟନ୍ତ ଅଟକାଇ ରଖାଯାଇଥିଲା।

indigoରିପୋର୍ଟ ଅନୁଯାୟୀ ଅଧିକାରୀ ଜଣକ କହିଛନ୍ତି ହ୍ଵିଲ ଚେୟାରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପ୍ରତି ପାଇଲଟଙ୍କ ବ୍ୟବହାର ଭୟଭୀତ କରାଇବା ଭଳି ଥିଲା ବୋଲି ପ୍ରମାଣିତ ହୋଇଛି। ସୂଚନା ମୁତାବକ ଡିଜିସିଏ ପକ୍ଷରୁ ତିନି ମାସ ପାଇଁ ଉକ୍ତ ପାଇଲଟ୍‌ଙ୍କର ଲାଇସେନ୍ସ ନିଲମ୍ବିତ କରାଯାଇଛି।

You might also like