ଆସାମ: ଟେକ୍‌ଅଫ୍‌ ବେଳେ ରନ୍‌ୱେରୁ ଖସିଗଲା ଇଣ୍ଡିଗୋ ବିମାନ, କାଦୁଅରେ ଫସିଲା ଚକ; ଉଡ଼ାଣ ରଦ୍ଦ

ଆସାମର ଜୋରହାଟରେ ଟେକ୍‌-ଅଫ୍‌ କରିବା ବେଳେ ଇଣ୍ଡିଗୋର ଏକ ବିମାନ ରନ୍‌ୱେରୁ ଖସି ଯାଇଛି। ଏଥିରେ କେହି ଯାତ୍ରୀ ଆହତ ହୋଇ ନ ଥିବା ଖବର ରହିଛି। ଏହି ବିମାନ ଗୁରୁବାର ଜୋରହାଟରୁ କୋଲକାତା ପାଇଁ ଉଡ଼ାଣ ଭରି ଥାଆନ୍ତା। କିନ୍ତୁ ଏହା ପୂର୍ବରୁ ଏହି ଘଟଣା ଘଟିଥିଲା। ମାମଲାର ଯାଞ୍ଚ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସର କହିବା ହେଲା, ପ୍ରାଥମିକ ଯାଞ୍ଚରେ ବିମାନରେ କୌଣସି ତ୍ରୁଟି ମିଳିନାହିଁ।

ରିପୋର୍ଟ ମୁତାବକ, ରନ୍‌ୱେରୁ ଖସିଯିବାର ତୁରନ୍ତ ପରେ ପାଇଲଟ୍‌ ବିମାନ ଅଟକାଇ ଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ତଳକୁ ଓହ୍ଲା ଯାଇଥିଲା। କିଛି ସମୟ ପରେ ଅନ୍ୟ ଏକ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ପାଇଁ ଉଡ଼ାଣ କରିଥିଲେ।

ତେବେ ଏହି ଘଟଣାର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ବିମାନ ଚକ କାଦୁଅ ପଡ଼ିଆ ଭିତରେ ଫସି ରହିଥିବା ଦେଖିବାକୁ ମିଳୁଛି। Airport Authority of India (AAI)ର ଜଣେ ଅଧିକାରୀ କହିଛନ୍ତି, ଜୋରହାଟ-କୋଲକାତା ରୁଟ୍‌ରେ ଚାଲୁଥିବା ଇଣ୍ଡିଗୋ 6F 757ରେ ବୈଷୟିକ ତ୍ରୁଟି କାରଣରୁ ଜୋରହାଟରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ବିମାନ ଅଟକି ରହିଥିଲା। ପରେ ଉଡ଼ାଣକୁ ରଦ୍ଦ କରି ଦିଆଯାଇଥିଲା।

ବିମାନରେ ୯୮ ଜଣ ଯାତ୍ରୀ ଥିଲେ। ରାତି ପାଖାପାଖି ୮ଟା ୧୫ ମିନିଟ୍‌ରେ ଉଡ଼ାଣ ରଦ୍ଦ ହୋଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.