ମୁମ୍ବାଇ : ପ୍ରବଳ ବର୍ଷା ଯୋଗୁଁ ଇଣ୍ଡିଗୋ ଉଡାଣ ପ୍ରଭାବିତ, ଯାତ୍ରୀଙ୍କୁ ରିଫଣ୍ଡ ଏବଂ ବିକଳ୍ପ ଉଡାଣ ଚୟନ କରିବାକୁ ଅଫର ଦେଲା ଏୟାରଲାଇନ୍ସ

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଉଡାଣ ପ୍ରଭାବିତ ହୋଇଛି । ପ୍ରଭାବିତ ହୋଇଥିବା ଉଡାଣ ପାଇଁ ଯାତ୍ରୀଙ୍କୁ ରିଫଣ୍ଡ କିମ୍ବା ଅନ୍ୟ ବିମାନ ଟିକେଟ ବୁକ୍‌ କରିବାକୁ ବିକଳ୍ପ ଦେଇଛି ଏୟାରଲାଇନ କମ୍ପାନୀ ।

ଇଣ୍ଡିଗୋ ଏୟାରଲାଇନ୍ସ କମ୍ପାନୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛି କି, ମୁମ୍ବାଇ ଆସୁଥିବା କି ମୁମ୍ବାଇରୁ ଯାଉଥିବା ଉଡାଣ ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । କୌଣସି ବିକଳ୍ପ ଉଡାଣ ଚୟନ କରିବା କିମ୍ବା ରିଫଣ୍ଡ ଫାଇବା ପାଇଁ ଇଣ୍ଡିଗୋ
ଯାତ୍ରୀଙ୍କୁ କମ୍ପାନୀ ଦ୍ୱାରା ଦିଆଯାଇଥିବା ଲିଙ୍କକୁ ଯିବାକୁ ପଡିବ । କମ୍ପାନୀ X ରେ ପୋଷ୍ଟ କରି ରିଫଣ୍ଡ କିମ୍ବା ଅଲଟରନେଟ ଫ୍ଲାଇଟ ନେବାକୁ ସ୍ପେଶାଲ ଲିଙ୍କ ସେୟାର କରିଛି ।

କମ୍ପାନୀ ଯାତ୍ରୀଙ୍କୁ ବିମାନର ଷ୍ଟାଟସ ଚେକ୍‌ କରିବା ପାଇଁ ମଧ୍ୟ ଲିଙ୍କ ସେୟାର କରିଛି । କମ୍ପାନୀ କହିଛି କି, ଯାତ୍ରୀ କୌଣସି ପ୍ରକାରର ତତ୍‌କାଳ ସହାୟତା ପାଇବା ପାଇଁ ଅନ ଗ୍ରାଉଣ୍ଡ ଟିମ ସହିତ ସଂପର୍କ କରିପାରିବେ ।

ସୂଚନାଯୋଗ୍ୟ, ଲଗାତାର ଗତ କିଛିଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଅବସ୍ଥା ବେହାଲ ହୋଇପଡିଛି । ମୁମ୍ବାଇରେ ସକାଳୁ ପ୍ରବଳ ବର୍ଷା ହେବା ଯୋଗୁଁ ସ୍କୁଲ କଲେଜ, ବିମାନ, ରେଳ ଯାତ୍ରା ସବୁକିଛି ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଜନଜୀବନ ବେଶ୍‌ ପ୍ରଭାବିତ ହୋଇଛି । ସରକାର ସ୍ଥିତି ଦେଖି ଉଦ୍ଧାରକାରୀ ଟିମକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ କିଛିଦିନ ତଳେ ଦିଲ୍ଲୀ ଏୟାରପୋର୍ଟରେ ପ୍ରବଳ ବର୍ଷା ଯୋଗୁଁ ଉଡାଣ ପ୍ରଭାବିତ ହୋଇଥିଲା । ଦିଲ୍ଲୀରେ ପ୍ରବଳ ବର୍ଷର ଯୋଗୁଁ ଟର୍ମିନାଲ ୧ ଛାତ ଭୁଶୁଡି ପଡିଥିଲା । ତେଣୁ ସ୍ପାଇସଜେଟ, ଇଣ୍ଡିଗୋ, ଏୟାର ଇଣ୍ଡିଆର ଅନେକ ଉଡାଣ ପ୍ରଭାବିତ ହୋଇଥିଲା ।

You might also like